୦୨ ଲକ୍ଷ୍ୟ ୪୦ ହଜାର ଟଙ୍କାର ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡ଼ା 24 କେଜି ଗଞ୍ଜେଇ ସହିତ ଜଣେ ଅଟକ,ରାୟଗଡା ଅବକାରୀ ବିଭାଗ ଓ ଆରପିଏଫ ମିଳିତ ଅପରେସନ, ସୁନାବେଢା ରୁ ରାୟଗଡା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ ମାଡିବସିଲା ଅବକାରୀ ଟିମ ଘଟଣାସ୍ତଲରୁ ଅଭିଯୁକ୍ତକୁ କାବୁ କରିଛି ବିଭାଗ ।ଗିରଫ ହୋଇଥିବା ସନ୍ତୋଷ ବଡ଼ନାୟକ ଲମତା ପୁଟ ଅଞ୍ଚଳରେ ବୋଲି ସୂଚନା। କୋରାପୁଟ ଜିଲ୍ଲାର ଲମତାପୁଟ ରେ ସାପ ରେଷ୍କୁ ରେ କାମ କରୁଥିବା ଜୋଙ୍ଗବନ୍ଧୁ ବଡନାୟକ ଙ୍କ ପୁଅ ସନ୍ତୋଷ ବଡ଼ନାୟକ ବୟସ ୨୦ ବର୍ଷ ବୟସ ସୁନାବେଡ଼ା ପବ୍ଲିକ ସ୍କୁଲରେ ନବମ ଶ୍ରେଣୀ ପାଠ ପଡିଛି, ସେ କହିବା ଅନୁଯାୟୀ ଗଞ୍ଜେଇ ମାଲିକ ବିଟୁ ନିର୍ଦେଶରେ ସେ କୋରାପୁଟରୁ ବସ ସେବା ଯୋଗେ ରାୟଗଡାv ୨୪ କେଜି ଗଞ୍ଜେଇ ନେଇ ଆସିଥିଲା ରାୟଗଡା ବସଷ୍ଟାଣ୍ଡ ରୁ ଆଟୋ ରିକ୍ସା ଯୋଗେ ରେଳବାଇ ଷ୍ଟେସନ କୁ ପହଞ୍ଚି ସନ୍ଧ୍ୟା ୪ ୪୫ ସମୟରେ ଟ୍ରେନ ଯୋଗେ ମୁନିଗୁଡା ଯାଇଥାନ୍ତା ରାୟଗଡା ଅବକାରୀ ବିଭାଗ ଓ ଆରପିଏଫ ମିଳିତ ଭାବେ ଗିରଫ କରି ଥିଲେ ଓ ତାଙ୍କ ନିକଟରୁ ୨୪ କେଜି ଗଞ୍ଜେଇ ଜବତ କରିଛନ୍ତି। ଅବକାରୀ ବିଭାଗର ଅଧିକାରୀ ସୁଶ୍ରୀ ସିମା କିରେନ୍ ବେକ୍ କହିବା ଅନୁଯାୟୀ ଗଞ୍ଚେଇ ର ମୂଲ୍ୟ ୨ଲକ୍ଷ ୪୦ ହଜାର ଟଙ୍କା NDPS ଆଇନ ଅନୁସାରେ ଏକ ମାମଲା ରୁଜୁ କରି କେସ ନମ୍ୱର୍ ୩୨/୨୦୨୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାୟଗଡା ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ