ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜୟନ୍ତୀ
ବ୍ରହ୍ମପୁର, ୨୫l୧୨ : ବିଶ୍ୱର ବିଶିଷ୍ଟ ଜନନେତା ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜୟନ୍ତୀ ସମାରୋହକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବ୍ୟାପୀ ‘ସୁଶାସନ ଦିବସ’ ରୂପେ ପାଳନ କରାଯାଇଛି l ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅଟିଥି ରୂପେ ଯୋଗଦାନ କରି ନିଜ ବ୍ୟକ୍ତବ୍ୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଅବଗତ କରାଇ ଅନେକ ପ୍ରତିଭାର ଅଧିକାରୀ ଏବଂ ସେ କିଭଳି ଦେଶର ଶାସନ ବ୍ୟବସ୍ଥାକୁ ସୁଶାସନ ବ୍ୟବସ୍ଥାରେ ପରିଣତ କରି ଦେଶ ଓ ବିଦେଶୀ ସମ୍ପର୍କ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ ତାହା ଅବଗତ କରାଇଥିଲେ।
ଅନ୍ୟତମ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଏବଂ ଛତ୍ରପୁର ବିଧାୟକ କୃଷଚନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଆଦର୍ଶ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗିର ଉପସ୍ଥତ