ନାଟ୍ୟାଚାର୍ୟ ବାଳକୃଷ୍ଣ ମହାନ୍ତି ଙ୍କ 124 ତମ ଜୟନ୍ତୀ ପାଳିତ
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକବି ନାଟ୍ୟାଚାର୍ୟ ବାଳକୃଷ୍ଣ ସ୍ମୃତି ପରିଷଦର୍ ମିଳିତ ଆନୁକୂଲ୍ୟରେ ଲୋକକବି ନାଟ୍ୟାଚାର୍ୟ ବାଳକୃଷ୍ଣ ମହାନ୍ତି ଙ୍କ 124 ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କାର୍ଯ୍ୟ କାରିଣୀ ସଭ୍ୟ ଶ୍ରୀଯୁକ୍ତ ପବିତ୍ର କୁମାର ପଟ୍ଟନାୟକ, ନାଟ୍ୟକାର ଉତ୍ତମ କୁମାର ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ନାଟ୍ୟାଚାର୍ୟ ବାଳକୃଷ୍ଣ ମହାନ୍ତି ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଆର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ପରେ ସ୍ମୃତି ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କଳାକାର ମାନଙ୍କ ଦ୍ୱାରା ଗୀତିନାଟ୍ୟ ସୁଶୀଳ ମାଳତୀ ପରିବେଷଣ କରାଯାଇଥିଲା ।
ଜଗତସିଂହପୁରରୁ ରୀତା ସାହୁ