୧୪ତମ ଜିଲ୍ଲା ସ୍ତରୀୟ ଆଇନଜୀବୀ ଦିବସ ପାଳନ
ବ୍ୟାସନଗର ପୈାରାଅଂଚଳ ସହରରେ ଥିବା ହୋଟେଲ ରୟାଲ କଳିଙ୍ଗ ଠାରେ ଆଜି ଯାଜପୁର ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ୧୪ତମ ଜିଲ୍ଲା ସ୍ତରୀୟ ଆଇନଜୀବୀ ଦିବସ ପାଳନ ହୋଇଯାଇଛି l ଏହି ଅବସରରେ ଓକିଲ ସଂଘର ନବ ନିର୍ବାଚିତ ହୋଇଥିବା ସଭାପତି ଏବଂ ସମ୍ପାଦକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟ୍ୟାକ୍ସବାର ଆସୋସିଏସନର ସଭାପତି ଶ୍ରୀ ବିବେକାନନ୍ଦ ମହାନ୍ତି ଓ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଆସୋସିଏସନ୍ ସଦସ୍ୟ, ସଦସ୍ୟମାନେ ଉପସ୍ଥିତ ରହି ୧୪ତମ ଜିଲ୍ଲା ସ୍ତରୀୟ ଆଇନଜୀବୀ ଦିବସ ପାଳନ କରିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ପାଳନ କରିଥିଲେ।
ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ବ୍ୟାସନଗର, ଯାଜପୁର।