15ତମ ବାର୍ଷିକ ବରୁଣେଇ ରଜ ମହୋତ୍ସବ -2023 ପ୍ରସ୍ତୁତି ବୈଠକ

ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ମଧ୍ୟାହ୍ନ 12 ଘଟିକା ରେ 15 ତମ ବାର୍ଷିକ ବରୁଣେଇ ରଜ ମହୋତ୍ସବ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ମାନ୍ୟବର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅଧ୍ୟକ୍ଷ, ଦିଶାନ୍ତ କମିଟି, ଅଧ୍ୟକ୍ଷତା କରିଥିବାବେଳେ ପୌର ପରିଷଦ ର ଅଧ୍ୟକ୍ଷା କନକ ଲଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା ପ୍ରଭୃତି ଉପସ୍ଥିତ ଥିଲେ. ଅତିରିକ୍ତ ଜିଲ୍ଲାପାଳ ସ୍ୱାଗତ ଭାଷଣ ରଖିବା ପରେ ପରେ, ଜିଲ୍ଲା ସଂସ୍କୃତି ଅଧିକାରୀ, ଚୌଧୁରୀ ଅରବିନ୍ଦ ଦାଶ ସଭା ପରିଚାଳନା କରିଥିଲେ । ଉତ୍ସବ କମିଟି ର ସଭାପତି ତାଙ୍କ ଅଭିଭାଷଣ ରେ ବରୁଣେଇ ଉପରେ ଗୁରୁତ୍ୱ ଦେଇ ତାର କୀର୍ତି ଉପରେ ବକ୍ତବ୍ୟ ରଖିଥିଲେ.ପରେ ପୌର ପରିଷଦ ର ଅଧ୍ୟକ୍ଷ କନକ ଲଷ୍ମୀ ମହାନ୍ତି ଏହା ଏକ ଝିଅ ମାନଙ୍କ ର ପର୍ବ, ଏଥିରେ ବହୁ ଜନ ସମାଗମ ହୋଇଥାନ୍ତି, ତେଣୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରତସୃତି ଦେଇଥିଲେ । ଏହି ବୈଠକ ରେ ପୂର୍ବ ବର୍ଷ ର କାର୍ଯ୍ୟ ସୂଚୀ ଅନୁଯାୟୀ ଆଲୋଚନା କରାଯାଇ ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ସବୁ ବିଭାଗ ର ସହଯୋଗ କାମନା କରାଯାଇଥିଲା.ସଜ୍ଜିତ street light, ଯେଉଁଥି ପାଇଁ 50 ଲକ୍ଷ ଟଙ୍କା ଗଛିତ ଅଛି, ଭବିଷ୍ୟତ ରେ ropeway ରେ ଯିବା ଆସିବା କରିବା, ପର୍ଯ୍ୟଟନ କେନ୍ଦ୍ର ଭାବେ ସୌନ୍ଦର୍ଯ୍ୟ କରଣ, ପୌର ପାଳିକା ର ସହଯୋଗ ଇତ୍ୟାଦି ଲୋଡ଼ାଯାଇଥିଲା । ଜଳଯୋଗାଣ ବିଷୟରେ P. H. D ସମସ୍ତ tube well ମରାମତି କରିବା ସଂଗେ ସଂଗେ ପାଣି ଟାଙ୍କି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ରାସ୍ତା ପାର୍ଶ୍ଵ ରେ ଆଲୋକ ବ୍ୟବସ୍ଥା, ଦୋକାନ ଓ ଷ୍ଟଲ ମାନଙ୍କୁ ବିଦ୍ୟୁତ ଯୋଗାଣ, ତୋରଣ ନିର୍ମାଣ ଖୋର୍ଦ୍ଧା ପୌର ପାଳିକା ଯୋଗାଇଦେବାକୁ ପ୍ରତିଶୃତି ଦେଇଥଲେ. ସେହିପରି ବିଦ୍ୟୁତ ଯୋଗାଣ, ନିମନ୍ତେ TPCODL, ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ରେ ପୋଲିସ ବିଭାଗ, ଅଗ୍ନିନିରୋଧ ବ୍ୟବସ୍ଥା, ଫାୟାର ଷ୍ଟେସନ, ଖୋର୍ଦ୍ଧା, ବରୁଣାଇ ମନ୍ଦିର ର ରଙ୍ଗ ଓ ସୌନ୍ଦର୍ଯ୍ୟ କରଣ , ଅତିଥି ମାନଙ୍କ ପାଇଁ ବରୁଣାଇ ବଙ୍ଗଳା ର ସଂରକ୍ଷଣ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (R&B), ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ପୂର୍ବ ବର୍ଷ ଭଳି ବିଭିନ୍ନ ବିଭାଗ ର ଷ୍ଟଲ ସ୍ଥାପନ, ଏହି ଉତ୍ସବ କୁ ସରସ ସୁନ୍ଦର କରିବା ପାଇଁ ସଂସ୍କୃତ୍ତିକ ଦଳ ପ୍ରେରଣ, ଜିଲ୍ଲା ସଂସ୍କୃତି ଅଧିକାରୀ, ଖୋର୍ଦ୍ଧା ଙ୍କୁ ଦାୟିତ୍ୱ ନ୍ୟସ୍ତ କରା ଯିବା ସଂଗେ ସଂଗେ ମେଡ଼ିଆ କଭରେଜ ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ବୈଠକରେ ସାଙ୍ଗ କରା ଯାଇଥିଲା ।