ଦେଶରେ ଆଉ ୧୭୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଚୀନ ସମେତ ବିଭିନ୍ନ ଦେଶରେ ମହାମାରୀ କରୋନା ସଂକ୍ରମଣ ବଢୁଥିବା ବେଳେ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫୭୦ କୁ ହ୍ରାସ ପାଇଛି। ମୋଟ କୋଭିଡ୍ ମାମଲା ୪.୪୬ କୋଟିରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୩୦,୭୦୭ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୁଧବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୧% । କରୋନାର ଦୈନିକ ପଜିଟିଭିଟି ହାର ୦.୦୯% ରେକର୍ଡ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୦.୧୨% ରହିଛି। କୋଭିଡ୍-୧୯ରୁ ଏଯାବତ୍ ୪,୪୧,୪୫,୮୫୪ ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଜାତୀୟ ସୁସ୍ଥତା ହାର ୯୮.୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *