ଓଡିଶା ପୋଲିସ ବୀର ସହୀଦ ସୁଶାନ୍ତ ଗୌଡ଼ ଙ୍କ ୧୭ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ

ବ୍ରହ୍ମପୁର ର ବୀର ପୁତ୍ର ସହୀଦ *ଶ୍ରୀ ସୁଶାନ୍ତ ଗୌଡ* ଙ୍କ ପୁର୍ଣ୍ୟତିଥି ଅବସରରେ ଆସ୍କାରୋଡ ମଣ୍ଡଳ ସଭାପତି ଜଗନ୍ନାଥ ଜେନା ଙ୍କ ନେତୃତ୍ୱ ରେ ବଡବଜ଼ାର ଥାନା ପରିସରରେ ଥିବା ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତି ସଭା ପାଳନ କରାଗଲା | ଥାନା ଅଧିକାରୀ ବାବା ଶଙ୍କର ସରାବ ଦ୍ୱୀପ ପ୍ରଯ୍ୟଳନ କରିବା ସହ ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ ଓ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସବିତା ସାହୁ ଏବଂ ସ୍ଥାନୀୟ ଅଞ୍ଚଳବାସୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଶ୍ରୀ ସୁଶାନ୍ତ ଗୌଡ଼ ୧୬ ଫେବୃଆରୀ ୨୦୦୮ ମସିହା ରେ ନୟାଗଡ ଜିଲ୍ଲା ଗସମା ଜଙ୍ଗଲ ରେ ନକ୍ସଲ ମାନଙ୍କ ସହ ଯୁଦ୍ଧ ସମୟ ରେ ସହୀଦ ଗତି ପ୍ରାପ୍ତି ହୋଇଥିଲେ | ଏହିପରି ବୀର ପୁତ୍ର ଙ୍କୁ ଜନ୍ମ ଦେଇଥିବା ପିତା ଶ୍ରୀ ନିରଞ୍ଜନ ଗୌଡ଼ ଙ୍କୁ ଥାନା ଅଧିକାରୀ ଉପଢକନ ଦେଇ ପ୍ରଣାମ କରିଥିଲେ ଉକ୍ତ ସଭା ରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ, ପୁରୁଣାବ୍ରହ୍ମପୁର ମଣ୍ଡଳ ସଭାନେତ୍ରୀ ରିତା ସେଠି,ସୁଶାନ୍ତ ଗୌଡ଼ ୱେଲଫେର ଯୁବକ ସଙ୍ଘ ସଭାପତି ସଞ୍ଜୟ କୁମାର ଦାସ, ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପଳ, ସୁରେଶ ଚନ୍ଦ୍ର ତ୍ରିପାଠୀ,ମନରଞ୍ଜନ ମହାରଣା, ବିଜୟ ପଣ୍ଡା, ଡ଼ ରାମହରି ଖଣ୍ଡୁଆଳ, ସନ୍ତୋଷ କୁମାର ମହାନ୍ତି, ମଦନ ସାହୁ, ଚିତ୍ତରଞ୍ଜନ ସାହୁ, ବାଙ୍କାନିଧି ସେଠି, ପଦ୍ମ ଚରଣ ନାୟକ, ଅର୍ଜୁନ ପଣ୍ଡା, ଟୁନା ପାତ୍ର, ରାଜା ବେହେରା, ସୁଶାନ୍ତ ସାହୁ ଙ୍କ ସମେତ ଥାନା ର ସମସ୍ତ କର୍ମଚାରୀ, ଦଳିଅ କାର୍ଯ୍ୟକତ୍ତା , ଏବଂ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *