ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ଓ ମା ଭୁରୁକୁମା ମନ୍ଦିର ବିଗ୍ରହ ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ଗ୍ରାମର ଆରାଧ୍ୟ୍ୟ ଦେବ ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ଓ ଗ୍ରାମ ର ଆରାଧ୍ୟ୍ୟ ଦେବି ମା ଭୁରୁକୁମା ଦେବି ଙ୍କ ପ୍ରଥମ ବାର୍ଷିକ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହେଉଛି. ପ୍ରତ୍ୟୁଷ ରୁ ବୈଦିକବ୍ରାହ୍ମଣ ମାନଙ୍କ ଦ୍ଵାରା ହୋମଯଂଜ୍ଞ ସାଙ୍ଗକୁ ନିକଟ

ଅଂଚଳ ର ଦଶ ମେଳ ସଂକୀର୍ତନ ମଣ୍ଡଳୀ ଙ୍କ ଦ୍ଵାରା ନାମ ସଂକୀର୍ତନ କାର୍ଯ୍ୟ ଚାଲିଛି ଏହି ବାର୍ଷିକ ମହୋତ୍ସବ ଆସନ୍ତା କାଲି ଉଜାପନ ହେବାକୁ ଥିବାବେଳେ ପ୍ରତେହ ପାଞ୍ଚହଜାର ଲୋକ ଙ୍କ ପାଇଁ ଅର୍ଣ୍ଣ ପ୍ରଶାଦ ବ୍ୟବସ୍ତା କରାଯାଇଛି. ଏଥିପାଇଁ ଗାଁ ଚଳଚଞ୍ଚଳ ଥିବା ବେଳେ ଆସନ୍ତା ଆସନ୍ତା କାଲି 23ଓ 24 ତାରିଖ ଦୁଇଦିନ ଗ୍ରାମର ନୀଳମାଧବ କ୍ଲବ ର ଉତ୍ସାହୀ କଳାକାର ମାନଙ୍କୁ ନେଇ ମନୋରଞ୍ଜନ କାର୍ଯ୍ୟ କ୍ରମ ସାମାଜିକ ନାଟକ ଆଖି ଅବୁଝାକୁ ଲୁହ ଅବୁଝା ଓ ଭାଇ ଭଉଣୀ ର ନୂଆ କାହାଣି ନାଟକ ମଞ୍ଚସ୍ଥ କରିବ ବୋଲି ଗ୍ରାମର ସମସ୍ତ ଯୁବକ ଗ୍ରାମ ବାସି ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *