ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଜଣେ ୭ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ । କାରାଦଣ୍ଡ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ।ଏହା ସହିତ ପିଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ ଗତ ୨୦୧୯ ମସିହାରେ ସଦର ଥାନା ଯଶୋବନ୍ତପୁର ଗାଁର ଜଣେ ୭ବର୍ଷୀୟା ନାବାଳିକା ଘର ନିକଟରେ ଖେଳୁଥିବା ବେଳେ ସେହି ଗାଁର ସେକ ମୁନୁ ବାପା ଦେଇଥିବା ୧୦ଟଙ୍କା ଦେବାକୁ କହି ନିଜ ଘରକୁ ଡାକି ନେଇଥିଲା । ଏକୁଟିଆ ପାଇ ସେକ ମୁନୁ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ନାବାଳିକା ଜଣକ ଘରକୁ ଫେରି ମାଆଙ୍କୁ ଘଟଣା ବିଷୟରେ କହିବା ପରେ ନାବାଳିକାଙ୍କ ମାଆ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ।ପୋଲିସ କେଶ ନମ୍ବର ୨୫୮/୨୦୧୯ ରୁଜୁ କରି ତଦନ୍ତ କରିବା ସହିତ ଆସାମୀ ସେକ ମୁନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ସେହି ମାମଲାର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସ୍ୱତନ୍ତ୍ର ପୋକସୋ କୋର୍ଟର ବିଚାର କରି ଅଜୟ କୁମାର ମହାନ୍ତି ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଓ ଜୋରିମାନା ଅନାଦେୟ ଅଧିକ ୪ମାସ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି । ପିଡ଼ିତାଙ୍କ ପକ୍ଷରୁ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ କେଶ ପରିଚାଳନା କରୁଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *