୨୦୨୫ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୫ରେ କ୍ରୀଡ଼ାବିତ୍‌ ଅନିମେଶ କୁଜୁର ଓ ଶ୍ରାବଣୀ ନନ୍ଦଙ୍କ ସଫଳତା

ଭୁବନେଶ୍ୱର୩୧ ମେ’ ୨୦୨୫ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୫ରେ କ୍ରୀଡ଼ାବିତ୍‌ ଅନିମେଶ କୁଜୁର ଓ ଶ୍ରାବଣୀ ନନ୍ଦଙ୍କ ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଭୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତୀୟ ମହିଳା ରିଲେ ଦଳ (୪X ୧୦୦ ରିଲେ ଦଳ)ର ସମସ୍ତ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ କ୍ରୀଡ଼ାବିତମାନେ ସଫଳତା ହାସଲ କରି ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆମ ଓଡ଼ିଆ କ୍ରୀଡ଼ାବିତଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଆମେ ଆଜି ଗର୍ବିତ। ଆଜିର ଏହି ସଫଳତା ଭବିଷ୍ୟତର ସମସ୍ତ କ୍ରୀଡ଼ାବିତମାନଙ୍କୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ। ଏଥିସହିତ ଓଡ଼ିଶାରେ ବିଶେଷଭାବରେ ମହିଳା କ୍ରୀଡ଼ାବିତମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ଭବିଷ୍ୟତ ନିର୍ମାଣ କରିବା ନିମନ୍ତେ ପ୍ରେରିତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *