ଏକବିଂଶ ଲୋକମେଳା ଓ ଚତୁର୍ଦ୍ଦଶ କୃଷିମେଳା ଉଦଘାଟିତ

ପୁରୀ ଶରଧାବାଲି ରେ ଏକବିଂଶ ଲୋକମେଳା ଓ ଚତୁର୍ଦ୍ଦଶ କୃଷିମେଳାକୁ ଉଦଘାଟନ କରିଛନ୍ତି ନାଗାଲାଣ୍ଡ ର ମହାମହିମ ରାଜ୍ୟପାଳ ଲା.ଗଣେଷନ୍ ଆୟାର। ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ସଂପାଦନା ରେ ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଦ୍ବାରା ଆୟୋଜିତ ଏହି ଉତ୍ସବ କୁ ଉଦଘାଟନ କରି ଶ୍ରୀଆୟାର କହିଥିଲେ ଯେ ଅନେକତାରେ ଏକତା ର ପ୍ରତୀକ ଭାରତବର୍ଷ ନାନା ଜାତି,ଧର୍ମ, ସଂପ୍ରଦାୟ ଥିଲେ ହେଁ ଦେଶର ସାଂସ୍କୃତିକ ବିକାଶ ରେ ସେମାନଙ୍କ ସମନ୍ୱୟ ଅବର୍ଣ୍ଣନୀୟ। ଦେଶାତ୍ମବୋଧ, କୃଷି, ବିଜ୍ଞାନ ଓ ସଂସ୍କୃତି ର ବିକାଶ ପାଇଁ,ଭାରତ ଏବେ ବିଶ୍ଵ ଦରବାରରେ ନିଜର ଶ୍ରେଷ୍ଠତ୍ବ ଦେଖାଇପାରିଛି,ଯାହା କମ୍ କଥା ନୁହେଁ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ଓଡ଼ିଶା କୃଷି ବିକାଶ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ପ୍ରଦେଶ। ଓଡ଼ିଶା ଏବେ ଆଉ କୋଡ଼ିଏ ବର୍ଷ ତଳର କ୍ଷୁଧାର୍ତ୍ତ ହୋଇ ନାହିଁ। ଚାଷୀ ଓ ଚଷାର କୃଷିକର୍ମଣରେ ଓଡ଼ିଶା ଏବେ କ୍ଷୁଧାମୁକ୍ତ ଓଡ଼ିଶା।କରୋନା ସମୟରେ ଆମ ଚାଷୀ ଯୋଗୁଁ, ଭାରତବର୍ଷ ର ଅର୍ଥନୈତିକ ଅବକ୍ଷୟ ଘଟିନାହିଁ।ଏ ସମୟରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ର ବିକାଶ ପାଇଁ ଏହି କୃଷିମେଳା କୁ ଏ ଜାତି ସ୍ମରଣ ରଖିବ। ପ୍ରାରମ୍ଭରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସ୍ବାଗତ ଭାଷଣ ରଖିଥିବା ବେଳେ,ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ପଦ୍ମଶ୍ରୀ ଉତ୍ସବ ଦାସ,ଅର୍ଥ କମିଟି ଅଧ୍ୟକ୍ଷ ଗୌରହରି ପ୍ରଧାନ, ସଂଯୋଜକ ହେକ୍ଟର ମିଶ୍ର, ଉତ୍ସବ କମିଟି ଉପାଧ୍ୟକ୍ଷ ବିଶ୍ବନାଥ ମିଶ୍ର, ଅନୁଷ୍ଠାନ ର ଉପସଭାପତି ଭରତ ନାୟକ, ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି, ସଂଗ୍ରାମ କାନୁନଗୋ ମଞ୍ଚାସୀନ ଥିଲେ। ଏଥିରେ ସଂଗଠନ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ,ଉତ୍ସବର ସଫଳତା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ପୁରୀ ଗଣମାଧ୍ୟମ ସମେତ ଭାରତ ସରକାରଙ୍କ ସହଯୋଗ କୁ ଧନ୍ୟବାଦ ଦେଇଥିଲେ। ଅପରାହ୍ନ ରେ ଦେଶର ୨୨ଟି ରାଜ୍ୟ ରୁ ଆସିଥିବା ୪୦୦କଳାକାର, ଜିଲ୍ଲା ସଂସ୍କୃତି ପରିଷଦ ର କଳାକାରଙ୍କୁ ନେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା, ସିଂହଦ୍ବାର ଠାରୁ ବାହାରି ଶରଧାବାଲି ରେ ପହଞ୍ଚିବାପରେ, ନାଗାଲାଣ୍ଡ, ତାମିଲନାଡୁ,ଗୁଜୁରାଟ, ପଞ୍ଜାବ,କେରଳ, ରାଜସ୍ଥାନ ପ୍ରଭୃତି ରାଜ୍ୟର କଳାକାରମାନେ ସେମାନଙ୍କ ନୃତ୍ୟ ରେ ସମବେତ ଦର୍ଶକ-ଶ୍ରୋତାଙ୍କୁ ଅଭିଭୂତ କରିଥିଲେ।ଏହି ଅବସରରେ ଲୋକନୃତ୍ୟ ପାଇଁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କୁ ରାଜ୍ୟପାଳ ଶ୍ରୀକ୍ଷେତ୍ର ସମ୍ମାନ ରେ ସମ୍ମାନିତ କରିଥିଲେ। ଭାରତବର୍ଷର ବିଭିନ୍ନ ଅଞ୍ଚଳ ରୁ ଆସି କୃଷିମେଳା ରେ ଯୋଗଦାନ କରିଥିବା ବିଭିନ୍ନ ବିଭାଗ ର ପ୍ରଦର୍ଶନ ସହ କଳାକାରମାନଙ୍କ ନୃତ୍ୟ ଆଗାମୀ ପାଞ୍ଚଦିନ ଧରି ଚାଲିବ ବୋଲି ସଂପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ କୁ ପ୍ରଦ୍ୟୁମ୍ନ କୁମାର ସାଠୁଆ, ମଧୁସୂଦନ ମିଶ୍ର, ସତ୍ୟବ୍ରତ ଦାସ, ନାରାୟଣ ପାତ୍ର, ଦାମୋଦର ଶତପଥୀ, ଦେବେନ୍ଦ୍ର ମହାପାତ୍ର, ସୌମ୍ୟ ରଂଜନ ମିଶ୍ର, ପ୍ରତାପ ଦଳେଇ, ପୂର୍ଣ୍ଣ ଚନ୍ଦ୍ର ଓଝା, ପୁଷ୍କର ସାହୁ ଓ ଗୌତମ ମିଶ୍ର ପରିଚାଳନା କରିଥିଲାବେଳେ ଚନ୍ଦ୍ର ବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *