ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୨.୫ ଲକ୍ଷ ସହାୟତା

ଭୁବନେଶ୍ବର, ୭।୬: ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରାଣୀ ସମ୍ପଦ ସେବା ସଂଘ ତରଫରୁ ୨୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି।
ସେହିପରି ରାଜ୍ୟ ସଚିବାଳୟ ସେବା ସଂଘ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଭଳି ଦୁଃଖଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ମୁଖ୍ୟ ଶାସନ ସଚିବ ଉଭୟ ସଂଘର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *