ଦେଶରେ ଗୁରବାର ସୁଦ୍ଧା ଦିଆଗଲାଣି ୨୨୦. ୬୫ କୋଟିରୁ ଅଧିକ କରୋନା ଟୀକା

ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ଗୁରବାର ସକାଳ ୮ ଟା ସୁଦ୍ଧା ୨୨୦.୬୨ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୫ ହଜାର ୩୨୬ ରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ଗୁରବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୫୮ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୧୩୫୦୯ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୩ ପ୍ରତିଶତ ଅଛି ।