ସେଣ୍ଟମେରୀ ସ୍କୁଲର ୨୨ତମ ବାର୍ଷିକ କ୍ରୀଡା ତରୁଣ ମେମୋରିଆଲ

ବ୍ୟାସନଗର ସ୍ଥିତ ସେଣ୍ଟମେରୀ ସ୍କୁଲରେ ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ତରୁଣ ମେମୋରିଆଲ ଉଦ୍ଘାଟନ ହୋଇଯାଇଛି lଏହି ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡ଼ାର ଉପଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ lଅନ୍ୟତମ ଅତିଥିଭାବେ ପୌର ପରିଷଦର ଅଧକ୍ଷା ସଂଗୀତା ପିଙ୍ଗୁଆ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଯୋଗଦେଇ ଉତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ lତେବେ ପ୍ରଥମେ ସକାଳୁ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀ ମlନେ ଯୋଗଦେଇ ଏକ ସଡ଼କ ସଚେତନତା ରାଲି କରିଥିଲେ lଶେଷରେ ବିଭିନ୍ନ ବିଭାଗର ହାଉସର ଛାତ୍ରଛତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା lଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟର ମ୍ୟାନେଜର ଫାଦର ସୁନିଲ ଲାକ୍ରା, ଅଧ୍ଯକ୍ଷା ମେରୀ ଲିନାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *