ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୩ ତମ ବର୍ଷିକ ଉତ୍ସଵ ୨୦୨୩-୨୪ ପାଳିତ

ଚାରିଛକ :-୧୨/୦୧ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ ତମ ବାର୍ଷିକ ଉତ୍ସବ ୨୦୨୩-୨୪ ଧୁମଧାମରେ ପାଳନ ହୋଇଯାଇଛି ।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ରାଜ୍ୟସଭା ର ଶ୍ରୀଯୁକ୍ତ ନିରଞ୍ଜନ ବିଶି , ମୁଖ୍ୟ ବକ୍ତା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ , ସମ୍ନାନିତ ଅତିଥି ଭାବେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ , ସୁପ୍ରିମକୋର୍ଟ ର ବରିଷ୍ଠ ଆଇନିଜୀବି ତଥା ସମାଜସେବୀ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ସରୋଜ କୁମାର ପାଢୀ , ତୁଳସୀପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ସେନ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଯୋଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ଏହି ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ଦିଜ୍ଵବର ମୁଦୁଲି ସଭାପତିତ୍ୱ କରିଥିଲେ । ସଭା କାର୍ଯ୍ୟ ପୂର୍ବରୁ ଶିକ୍ଷା କେନ୍ଦ୍ରର କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ଗାନ କରାଯାଇ ,ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସେନ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ବାର୍ଷିକ ଉତ୍ସବ ରେ ଚାପ ଶୂନ୍ୟ କରି ପାଠ ସହିତ ପିଲାର ଭଲ ଆଗ୍ରହ ଗୁଣ ଉପରେ ଆବାହକ ମାନେ ଗୁରୁତ୍ୱ ଦେବାକୁ ମୁଖ୍ୟ ବକ୍ତା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦାଶ ପ୍ରତି ଭାଷଣ ରେ କହିଥିବା ବେଳେ କୁନି କୁନି ପିଲା ମାନଙ୍କୁ ତିନି ମାଙ୍କଡ଼ କାହାଣୀ ତଥା ଖରାପ କଥା କୁହନି କି ଖରାପ କାମ ଦେଖନି ,ଖରାପ କଥା ନ ଶୁଣିବାକୁ ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ତୁଳସୀପୁର ବିଜେଡ଼ି ନେତା ପ୍ରକାଶ ଚନ୍ଦ୍ର ସାହୁ , ଅରକ୍ଷିତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । କୁନି କୁନି ଛାତ୍ର ଛାତ୍ରୀ ମାନେ ଭଲ ପଢିବା ସହିତ ପଢା ପ୍ରତି ଗୁରୁତ୍ୱ ଦେବା ପାଇଁ ସମାଜସେବୀ ଏ ଏନ ଆନସାରି କୁନି କୁନି ପିଲା ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଉତ୍ସବରେ ଅନୁଷ୍ଠାନର କେତେ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ଉତରୀୟ ଦେଇ ସମ୍ନାନିତ କରାଯାଇଥିବା ବେଳେ ଶିକ୍ଷା କେନ୍ଦ୍ର ର ଉତ୍ତୀର୍ଣ୍ଣ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପଦକ ଦେଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ୨୩ ତମ ବାର୍ଷିକ ଉତ୍ସବ ରେ ଶିକ୍ଷୟତ୍ରି ମମତା ମୟୀ ମିଶ୍ର , ସମାଜସେବୀ ଏ ଏନ ସା ଆନସାରି , ସୁନାମ ଧନ୍ୟ ଯାତ୍ରା କଳାକାର ଅତିଥି ଭାବେ ଯୋଗଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରି ସହିତ ସମସ୍ତ କର୍ମଚାରୀ ଯୋଗ ଦେଇ ସାହାଯ୍ୟ ସହଯୋଗ କରିଥିଲେ ।ସର୍ବ ଶେଷରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।