ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜ ର ୨୬ତମ ବାର୍ଷିକ ଅଧିବେଶନ

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜ ର ୨୬ତମ ବାର୍ଷିକ ଅଧିବେଶନ ପଣ୍ଡିତଶ୍ରୀ ନୀଳମାଧବ ତ୍ରିପାଠୀ ସଭାପତି ମନୋନୀତବ୍ରହ୍ମପୁର ୧୦/୧ବ୍ରାହ୍ମଣ ଓ ପୁରୋହିତ ମାନେ ସମାଜକୁ ସଚେତନ ଓ ସଂସ୍କାର କରିବା ସହ ସମଗ୍ର ଜାତି କୁ ସତ୍ ମାର୍ଗରେ ପରିଚାଳିତ କରିବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସଦା ସର୍ବଦା କାର୍ଯ୍ୟ କରିଥାନ୍ତି। ଏଣୁ ଉଭୟ ସରକାର ଏମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଗତକାଲି ବାଲ୍ୟ ଠାକୁରାଣୀ ମନ୍ଦିରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜ ର ୨୬ତମ ବାର୍ଷିକ ଅଧିବେଶନ ଉତ୍ସବ ରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶ୍ରୀ ପ୍ରଫୁଲ୍ଲ ରଥ, ଶ୍ରୀ ହୃଷିକେଶ ପାଣିଗ୍ରାହୀ,ପଣ୍ଡିତ ହରିହର ଦାସ, ପଣ୍ଡିତ ଲଦୁକିଶୋର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅଧିବେସଣ ରେ ଜିଲ୍ଲାର ସତାଧିକ ସଦସ୍ୟ ଯୋଗଦାନ କରିଥିଲେ। ଏହି ଅବସରରେ ଆଗାମୀ ତିନି ବର୍ଷ ନିମନ୍ତେ ପଣ୍ଡିତଶ୍ରୀ ନୀଳମାଧବ ତ୍ରିପାଠୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାବେଳେ କମିଟି ର ସମ୍ପାଦକ ଭାବେ ପଣ୍ଡିତ ଶ୍ରୀ ସନ୍ତୋଷ କର କୋଷାଧ୍ୟକ୍ଷ ପଣ୍ଡିତ ଶ୍ରୀ ସନ୍ତୋଷ ତ୍ରିପାଠୀ, ଉପସଭାପତି ଭାବେ ପଣ୍ଡିତ ଅକ୍ଷୟ ପାଢ଼ୀ, ଶ୍ରୀ କରୁଣାକର ଦାସ,ଶ୍ରୀ ନରସିଂହ ପାଢ଼ୀ, ଆବାହକ ପଣ୍ଡିତ ବାବୁଲା ଷଡଙ୍ଗୀ , ସାଂଗଠନିକ ସମ୍ପାଦକ ପଣ୍ଡିତ ଉମାବଲ୍ଲଭ ରଥ ଓ ଶ୍ରୀ ଅପୂର୍ବ ରଥ , ସହ ସମ୍ପାଦକ ନିରଞ୍ଜନ ନଦ ଓ ଟୁଟୁ ରଥ, ମୁଖ୍ୟ ସଂଯୋଜକ ପଣ୍ଡିତ ରବୀନ୍ଦ୍ର ଷଡଙ୍ଗୀ ସହ ସଂଯୋଜକ ପଣ୍ଡିତ ବିଭୁନନ୍ଦନ ପଣ୍ଡା ପଣ୍ଡିତ ଯଜ୍ଞନାରାୟଣ ରଥ, ଉପଦେଷ୍ଟା ଭାବେ ଶ୍ରୀ ନାରାୟଣ ରଥ,ପଣ୍ଡିତ ଶ୍ରୀ ଅଶୋକ ପାଢ଼ୀ, ପଣ୍ଡିତ ଶ୍ରୀ ଉମାବଲ୍ଲଭ ଦାଶ ଓ ଆଇନ ପରାମର୍ଶ ଭାବେ ଶ୍ରୀ ଶରତ ରୁଦ୍ର ଦାସ ଓ ଶ୍ରୀ ଡ ସୁଧାଂଶୁ କର ପ୍ରମୁଖ ମୋନୋନିତ ହୋଇଥିବା ବେଳେ ପରିଚାଳନ କମିଟି ସଦସ୍ୟ କୁ ୧୧ ଜଣ ବରିଷ୍ଠ ସଦସ୍ୟ ମୋନୋନୀତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜ ତରଫରୁ ବହୁ ଜନ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେବା ସହ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ ଓ ବ୍ରାହ୍ମଣ ପୁରୋହିତ ସମାଜ ର କଲ୍ୟାଣ ନିମନ୍ତେ ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ନବ ନିର୍ବାଚିତ ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ ସୂଚନା ଦେଇଛନ୍ତି।