ନିମାପଡା ଆଥେଲେଟିକ ଆସୋସେନ ପକ୍ଷରୁ ଆସନ୍ତା ଜାନୁୟାରୀରୁ ନିମାପଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ନିମାପଡା ଆଥେଲେଟିକ ଆସୋସେନ ପକ୍ଷରୁ ଆସନ୍ତା ଜାନୁୟାରୀରୁ ନିମାପଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ।ନିମାପଡା ( ) ନିମାପଡା ଆଥେଲେଟିକ ଆସୋସେସନ ପକ୍ଷରୁ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସୋସେସନର ସଭାପତି ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସାଧାରଣ ସମ୍ପାଦକ ଜୀବନାନନ୍ଦ ମହାପାତ୍ର,କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା, କ୍ରୀଡ଼ାବିତ ନିର୍ମଳ କୁମାର ମିଶ୍ର,ସତ୍ୟନ୍ଦ୍ର ମୋହନ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଆସନ୍ତା ଜାନୁଆରୀ 5 ତାରିଖରୁ ନିମାପଡା ବାରବାଟୀ ମିନିଷ୍ଟାଡିୟମରେ 29 ତମ ନିମାପଡା କପ ଓ ପ୍ରଥମ ତାପସ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।ପ୍ରଥମ ଦିନରେ ରାମେଶ୍ୱର ସ୍ପୋଟିଙ୍ଗ ଓ ଭୁବନେଶ୍ୱର ମାଷ୍ଟର କ୍ଳବ କଟକ,ଦ୍ୱତୀୟ ଦିନରେ ପ୍ରଗତୀ ସ୍ପୋଟିଙ୍ଗ ଓ ଭୁବନେଶ୍ୱର ଆଲଫା ସ୍ପୋଟିଙ୍ଗ ବରହମପୁର, ତୃତୀୟ ଦିନରେ ଇକ୍ରୋସ ରୋଡ ଓ ନିମାପଡା ଆଥେଲେଟିକ ଆସୋସେସନ, ଚତୁର୍ଥ ଦିନରେ ପାରାଦ୍ୱୀପ କ୍ରିକେଟ କ୍ଳବ ଓ ରାଇଜିଙ୍ଗ କ୍ଳବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହେବ।ଚମ୍ପିୟନ ଦଳକୁ ଟ୍ରଫି ସହ 60 ହଜାର ଟଙ୍କା, ଉପ ବିଜେତା ଦଳକୁ ଟ୍ରଫି ସହ 30 ହଜାର ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ପ୍ରତେକ ଦିନ ମାନ ଅଫ ଦି ମ୍ୟାଚ, ବେଷ୍ଟ ବୋଲର, ବେଷ୍ଟ ବ୍ୟାଟ୍ସମାନଙ୍କୁ ପୁରସ୍କାର ଦିଆଯିବ ବୋଲି ସମ୍ପାଦକ ଅକ୍ଷୟ ବେହେରା ସୂଚନା ଦେଇଛନ୍ତି। ଫାଇନାଲ ମ୍ୟାଚ ଦିନ ଓଲିଉଡ଼ ଅଭିନେତ୍ରୀ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେବା ସହ ସେଲିବ୍ରେସନ ଧୁମଧାମରେ କରାଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *