ପୂର୍ବତନ ବିଧାୟକ ସ୍ଵର୍ଗତ ଉମେଶ ସ୍ୱାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବାଲିକୁଦା ର ପୂର୍ବତନ ବିଧାୟକ ଉମେଶ ସ୍ବାଇଁ ଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷା ଉମେଶ ସ୍ବାଇଁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ତାଙ୍କ ପ୍ରତି ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉମେଶ ସ୍ବାଇଁ ଜଣେ ଟାଣୁଆ ନେତା କେବଳ ନ ଥିଲେ ବିଭିନ୍ନ ସମୟରେ ବନ୍ୟା, ବାତ୍ୟା ଆଦି ସମୟରେ ସାଧାରଣ ଲୋକ ଙ୍କ ରହି ଲୋକଙ୍କୁ ସାହାର୍ଯ୍ୟ କରୁଥିଲେ । ରାଜ ନୀତିରେ ଅନେକ ଛାପ ସେ ଛାଡି ଦେଇ ଯାଇ ଛାନ୍ତି । ବାଲିକୁଦା ବ୍ଳକ ମାଛଗାଁ ରେ ଜନ୍ମ ଗ୍ରହଣ କରି ରାଜନିତୀ ରେ ସେ ଅନେକ କିଛି କାର୍ଯ୍ୟ କରିଯାଇଛନ୍ତି । ତାଙ୍କର ଅଧୁରା ସ୍ଵପ୍ନ କୁ ସାକାର କରିବା ପାଇଁ ତାଙ୍କର ବୋହୁ ଶିଖା ସ୍ବାଇଁ ଏବେ ପ୍ରତ୍ୟେକ ରାଜନିତୀ କୁ ବାହାରି ଛାନ୍ତି । ଆଗାମୀ 2024 ସାଧାରଣ ନିର୍ବାଚନରେ ସେ ବାଲିକୁଦା- ଏରସମା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ତେବେ ସ୍ଵର୍ଗତ ସ୍ବାଇଁ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ଉତ୍ସଵରେ ଏହା ସ୍ପଷ୍ଟ ବାରିହୋଇ ପଡୁଛି । ତେବେ ଶିଖା ଉମେଶ ସ୍ବାଇଁ ନାମରେ ଏକ ଫାଉଣ୍ଡେସନ କରି ଏହା ମାଧ୍ୟମରେ ଲୋକଙ୍କୁ ସାହାର୍ୟ୍ଯ କରିବା ସହିତ ଲୋକଙ୍କ ସହିତ ଯୋଡି ହୋଇ ରହୁଛନ୍ତି । ତେବେ ଯଦି ଅଂଚଳ ବାସୀ ଚାହାଁନ୍ତି ସେ ରାଜନିତୀ କୁ ଆସି ଲୋକଙ୍କ ସୁବିଧା ଅସୁବିଧା ରେ ସାମିଲ ହୋଇ ରହିବେ ବୋଲି ଶିଖା କହିଛନ୍ତି । ସେହିପରି ସ୍ୱର୍ଗତ ସ୍ଵାଇଁ ଙ୍କ ସ୍ମୃତି ରକ୍ଷା କରିବା ପାଇଁ ମାଛଗାଁ ବଜାରରେ ତାଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ବୋଲି ସ୍ମୃତି ସଭାରେ ଯୋଗ ଦେଇ ଥିବା ଅତିଥିମାନେ କହିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ