ଦିତିୟ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଆନ ପ୍ରତିଯୋଗିତା ଆଶ୍ରୟ ଇଣ୍ଡୋର ହଲ୍ ରେ

ଦିତିୟ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଚାମ୍ପିଆନ ପ୍ରତିଯୋଗିତା ଆଶ୍ରୟ ଇଣ୍ଡୋର ହଲ୍ ରେ।ଜଟଣୀ:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ପୌର ପରିଷଦ ଅଧିନରେ କ୍ରୀଡାବିତ୍ ମାନଙ୍କ ପାଇଁ ସୁନ୍ଦର ପରିବେଶ। ଯାହାର ପରିଚୟ, ଆଶ୍ରୟ ଇଣ୍ଡୋର ହଲ୍ ନାମରେ ନାମିତ। ସେହି ଇଣ୍ଡୋର ହଲରେ ଉଦଯାପିତ ହୋଇଯାଇଛି ଦୁଇଦିନିଆ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିଆନ ପ୍ରତିଯୋଗିତା। ଓଡିଶା ରାଜ୍ୟର ବ୍ୟାଡ଼ମିଣ୍ଟନ ଉପ ସଭାପତି ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ସହୋଯୋଗି ମାନଙ୍କ ସହୋଯୋଗ ତଥା ଓଡିଶା ରାଜ୍ୟ ବ୍ୟାଡମିଣ୍ଟେନ୍ ଆସୋସିଏସନ, ଜିଲ୍ଲା ବ୍ୟାଡମିଣ୍ଟେନ୍ ଆସୋସିଏସନ୍ ଓ ଆଶ୍ରୟର କର୍ମକର୍ତ୍ତା ମାନଙ୍କ ମିଳିତ ପ୍ରୟାସରେ ଖେଳାଳି ମାନଙ୍କ ପାଇଁ ସୁନ୍ଦର ବାତାବରଣ ସୃଷ୍ଟି ହୋଇଥିଲା। ଏହି ବ୍ୟାଡମିଣ୍ଟେନ୍ ଚମ୍ପିୟାନସିପିରେ ଜିଲ୍ଲାରୁ, ବିଭିନ୍ନ ବର୍ଗର ୬୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୯ ବର୍ଷରୁ କମ୍ ବାଳିକା ବର୍ଗରେ ଥିଲେ କ୍ଷତି ଶର୍ମା ଓ ବି ସୋନମ୍, ବାଳକ ବର୍ଗରେ ଏ କେଶବ, ବିଭବ ଝୁନ ଝୁନ୍ ଓ୍ବାଲା, ଏଗାର ବର୍ଷରୁ କମ ବର୍ଗରେ ଦର୍ଶନା ଜଗଦେବ, ସନଭି ସାହୁ, ୧୭ ବର୍ଷରୁ କମ୍ ବର୍ଗରେ, ଥିଲେ, ସିଦ୍ଧାନ୍ତ ଶଙ୍କର ପତି, ନିଶାନ୍ତ କୁମାର ସାହୁ, କେଶବ ଅଗ୍ରୱାଲ, ପୁନ୍ତି କୁମାର ବେହେରା, ପ୍ରତ୍ୟୁଷ ରଞ୍ଜନ ସ୍ମାଇଁ , ମାରିୟୋ ରିଡିନେ ନାଥୁଏଲ, ୧୯ ବର୍ଷରୁ କମ୍ ବର୍ଗରେ ଅଙ୍କନ ଘୋଷ ଓ କାହ୍ନୁ ଘଡେଇ ବିଜେତା ଘୋଷିତ ହୋଇଲେ। ସେହି ଭଳି ଉପ ବିଜେତା ଘୋଷିତ ମଧ୍ୟରେ ଥିଲେ ପୁରୁଷ ଏକକରେ ଏସ କେ ହବିବ ଅଲ୍ଲି, ସୁପ୍ରଭାତ, ଓଁ ପ୍ରକାସ ସାହୁ, ପୁରୁଷ ଯୋଡିରେ ଆଶିଷ ନାୟକ, ଶାଶ୍ଵତ ସ୍ୱାଇଁ ବିଯେତା ସନ୍ମାନ ପାଇଥିଲେ। ଏହି ଉପ ବିଜେତା ମାନେ ଆଗାମୀ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଆଶା କରାଯାଉଛି। ଉଯାପନ ଉତ୍ସବରେ ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ର ଉପ ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଶ୍ରୟ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପୃଥୁରାଜ୍ ଦାସ ଓ ଶ୍ରୀମତୀ ରୁକ୍ମଣୀ ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିବାସହ ଆହୁରି ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଇଥିଲେ।ସେହିଭଳି କ୍ରୀଡାବିତ୍ ପ୍ରତିଯୋଗୀ ମାନେ ଆଶ୍ରୟ ଅନୁଷାନର ସମସ୍ତ କର୍ମକର୍ତ୍ତା ମାନଙ୍କ ଉତ୍ସାହକୁ ଭୁରି ଭୁରି ପ୍ରଶଂସା କରିଥିଲେ।