୩ ଦିନିଆ ବିଜେଡି ପ୍ରଶିକ୍ଷଣ ଶିବିର

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ୩ ଦିନିଆ ବିଜେଡି ପ୍ରଶିକ୍ଷଣ ଶିବିର ରଘୁନାଥପୁର ସ୍ଥିତ ଏକ ଘରୋଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିରର ଉଦଯାପାନୀ ଦିବସରେ ତିର୍ତ୍ତୋଲ ବ୍ଲକର ୪ଟି ଜୋନର ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ।ଏହି ଶିବିରରେ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସ,ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ,ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବାବଦରେ କର୍ମୀମାନଙ୍କୁ ସଚେତନ କରାଇଥିଲେ ।ଏହା ସହିତ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଯୁବ ଗୋଷ୍ଠୀଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ସହିତ ସୋସିଆଲ ମିଡ଼ିଆ କୁ ଗୁରତ୍ୱ ଡିଆଯିବା ସହିତ ବୁଥ ସ୍ତ୍ରରରେ କିଭଳି ଦଳ ମଜବୁତ ହେବ ସେ ବାବଦରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି କହିଥିଲେ ବିଧାୟକ ।
ଜଗତସିଂହପୁର – Rita ସାହୁ reporter