ଜଳିଗଲା ୩ ବଖରା ଘର, ୨ ବାଇକ

ସାକ୍ଷୀଗୋପାଳ,୩୦/୪ – ସତ୍ୟଵାଦୀ ବ୍ଲକ ଅଳଗୁମ ଗ୍ରାମପାୟତର ବାଉଁଶ ଗାଡିଆ ଗ୍ରାମରେ ଶୁକ୍ରବାର ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ମହେଶ୍ବର ପ୍ରଧାନ ଙ୍କର ୨ ବଖରା, କାଳିଆ ପ୍ରଧାନ ଙ୍କର ୧ ବଖରା ଗର ସହିତ ଆସବାବପତ୍ର ପୋଡି ଯାଇଥିବା ବେଳେ ନିଆଁ ତାତିରେ ପଡୋସୀ ଅନାମ ପ୍ରଧାନ ଙ୍କର ଆଜବେଷ୍ଟସ ଛପରା ନଷ୍ଟ ହୋଇଛି। ସେହିପରି ଘର ଆଗରେ ରଖିଥିବା ଣ୍ରିଲୋଚନ ପ୍ରଧାନ ଙ୍କର ଓଡି ୧୩ – ୦୬୧୫ ଏବଂ ପ୍ରତାପ ପ୍ରଧାନ ଙ୍କର ଓଡି ୧୩ ଏ -୮୧୧୪ ଦୁଇଟି ବାଇକ ଜଳିଯାଇଛି। ପରିଶ୍ରା କରିବାକୁ ଉଠିଥିବା ପଦ୍ମଚରଣ ପ୍ରଧାନ ନିଆଁ ଲାଗିଥିବା ଦେଖି ଗାକ ପକାଇଥିଲେ। ଗ୍ରାମବାସୀ ମାନେ ନିଆଁ ଲିଭାଇଥିଲେ୍। ଖବରପାଇ ନିଆଁ ଲିଭାଳିଦଳ ସେଠାରେ ପହଞ୍ଚିଥିଲେ। ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ସରପଞ୍ଚ ଓ ସମିତିସଭ୍ୟା ଙ୍କ ପ୍ରତିନିଧି ବିପନ୍ନ ନରିବାର କୁ ଶୁଖିଲା ଖାଦ୍ୟ ଯୋଇ ଦେଇଥିଲେ। ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ହୋଇନଥିବା ଵେଳେ କେହି ଦୁର୍ବୁତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି।
ରିପୋର୍ଟ – କାଳୀ ପ୍ରସାଦ ମହାପାତ୍ର ।