ଭାରସାମ୍ୟ ହରାଇ ସ୍କୁଟିରୁ ଖସିପଡି ୩ ଆହତ

କାମାକ୍ଷାନଗର– କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତ ଭାଲୁମୁଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡି ୩ ଆହତ।ଗୁରୁତର ଆହତ ମାନେ ବାଘୁଆ ଗ୍ରାମର କାଳିଆ ପ୍ରଧାନ ଓ ଗୋଡିପୋଖରି ଗ୍ରାମର ଜିତୁ ପ୍ରଧାନ ଓ ଗୁରୁଦତ ପ୍ରଧାନ।ଗୁରୁତର ତିନି ଜଣଙ୍କୁ ଉଧାର କରାଯାଇ ଚିକିତ୍ସା ପାଇିଁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜିତୁ ପ୍ରଧାନ ଓ ଗୁରୁଦତ ପ୍ରଧାନ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ମୁଣ୍ଡ,ହାତରେ ଗଭିର ଆଘାତ ଲାଗିଥିବା ଜଣାପଡିଛି।ଅପରାହ୍ନରେ କାମାକ୍ଷାନଗରରୁ କାମ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଖସି ପଡିଥିଲେ।

ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *