ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ର ୩୧ ତମ ବାର୍ଷିକ ଉତ୍ସବ

ଆସିକା– ଶେରଗଡ଼ସ୍ଥ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ର ୩୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ଅତିଥି ବୃନ୍ଦ ଙ୍କ ପରିଚୟ ଉପଢ଼ୌକନ ଓ ପୁଷ୍ପ ଗୁଛଦେଇ ଶ୍ରୀ ଏସ କେ ତ୍ରପାଠୀ କରିଥିଲେ। ଶ୍ରୀମତୀ ରୀତା ରାଣୀ ସ୍ଵାଇଁ ଦୀପ ପ୍ରଜ୍ବଳନ କରିବା ସାଙ୍ଗକୁ ଛାତ୍ର ଛାତ୍ରୀ ମାନେ ସଙ୍ଗୀତ ଗାନ କରି ପରିବେଶ କୁ ଉତ୍ସବ ମୁଖରିତ କରିଥିଲେ।ଶ୍ରୀ ଉପେନ୍ଦ୍ର ବାଡତ୍ୟା (କଲେଜ ଅଧ୍ୟକ୍ଷ) ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଡ଼ା ଗୋପବନ୍ଧୁ ଦାସ (OSD, CMO, odisha) ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉନ୍ନତି ଓ କଲେଜ ର ବିକାଶ ଧାରା କିପରି ବଜାୟ ରହିବ ତାହା ଉପରେ ଆଲୋକପାତ କରିଥିଲେ। ଜ୍ୟୋତି ଶଙ୍କର ରାୟ (ସବ କଲେକ୍ଟର ଭଞ୍ଜନଗର), ଡ଼ା ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରଫେସର ଡ଼ା କୁଳମଣି ଓଝା, କୃଷ୍ଣ ଚନ୍ଦ୍ର ନାୟକ (ଚେୟାରମେନ), ଶିବାଶିଷ ବରାଳ(BDO ଶେରଗଡ଼), ପ୍ରଫେସର ଡ଼ା ସତ୍ୟ ନାରାୟଣ ସାହୁ (ପୂର୍ବତନ ପ୍ରେସ ସଂପାଦକ ରାଷ୍ଟ୍ରପତି ନୂଆଁ ଦୀଲ୍)ସମସ୍ତ ଅତିଥି ବୃନ୍ଦ ନିଜର ମୂଲ୍ୟବାନ ସମୟ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଆଲୋକପାତ କରିଥିଲେ। ତାପରେ ଧନ୍ୟବାଦ ଅର୍ପଣ ଡ଼ା ଏମ୍ କେ ପଣ୍ଡା ଦେଇ ଥିଲେ ଉପସ୍ଥିତ ସମସ୍ତ ବୃନ୍ଦ ଙ୍କୁ ପରିଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଉତ୍ସବ କୁ ସମାପନ କରିଥିଲେ।

ରିପୋର୍ଟ – ରଞ୍ଜନ କୁମାର ରାଉତ।

Leave a Reply

Your email address will not be published. Required fields are marked *