ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟାସନଗର ମୁଣ୍ଡମାଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଛି। ଉକ୍ତ ଉତ୍ସବରେ ବରିଷ୍ଠ ବିଚାରପତି ତଥା ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ରଜତ କୁମାର ରାଉତ ଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ କଳିଙ୍ଗ ନଗର ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବକ୍ରିଷ୍ଣ ଜେନା ଯୋଗ ଦେଇ ବିଦ୍ୟାଳୟର ଉନ୍ନତି କାମନା କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ (ସହମନ୍ତ୍ରୀ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ) ଅଂଶଗ୍ରହଣ କରି ଶିକ୍ଷାବିକାଶ ସମିତି ର ବ୍ୟବସ୍ଥା ତଥା ବିଦ୍ୟାଳୟ ର ଭବିଷ୍ୟତ ଉଜ୍ଜ୍ୱଳ କରିବାର ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଉଦ୍ଘାଟନୀ ସଭାରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଭିମନ୍ୟୁ ଦାଶ ଅତିଥି ପରିଚୟ ପ୍ରଦାନ କରିବା ପରେ ସହପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ବିଦ୍ୟାଳୟ ର କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କ ନାମ ଘୋଷଣା ପୂର୍ବକ ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ପୂର୍ବତନ ସଭାପତି ତଥା ବିଦ୍ୱତ୍ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଗନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ଉପସଭାପତି ଦୁର୍ଯୋଧନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ସମିତି ର କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ସଭ୍ୟା କବିତା ପଲାର, କାର୍ମିମଣି ମାର୍ଣ୍ଡି ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଓ ଗୁରୁମା ଙ୍କ ସହଯୋଗରେ ବିଦ୍ୟାଳୟ ଉତ୍ସବ ମୁଖର ହୋଇ ଉଠିଥିଲା।

Leave a Reply

Your email address will not be published. Required fields are marked *