୩୫ ତମ ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ
କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍କାଉଟ ଗାଇଡ଼ ର ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଭାରତ ସ୍କାଉଟସ ଓ ଗାଇଡ଼ସ ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର କାଳୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ସ୍କାଉଟ ଓ ଗାଇଡ଼ ଏକ ବ୍ୟବହାରିକ ବିଜ୍ଞାନ ପରି ପିଲାମାନଙ୍କୁ ମଣିଷ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ତଥା ସାଂଗଠନିକ ସମ୍ପାଦକ ଶ୍ରୀରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ରୂପେ କାମାକ୍ଷାନଗର ଏନ ଏ ସି ର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା , କାମାକ୍ଷାନଗର ବି ଇ ଓ ଜଗବନ୍ଧୁ ଜେନା , ସଦର ବି ଇ ଓ ବ୍ରହ୍ମାନନ୍ଦ ରାଉତ , ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସାଂଗଠନିକ କମିସନର ଅନାମିକା ଦାସ , ଢେଙ୍କାନାଳ ଜିଲ୍ଲା ସ୍କାଉଟ କମିଶସନର ଇତିଶ ବରାଳ , ଜିଲ୍ଲା ବାଇଡ଼ କମିସନର ପୁଷ୍ପାଞ୍ଜଳି ଦଳେଇ ଉପସ୍ଥିତ ଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିପ୍ରସାଦ ପରିଡା କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ତଥା ଜାତୀୟ ସ୍ତରୀୟ ଘୋଷକ ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷକ ସୁରେଶ କୁମାର ବିଶ୍ୱାଳ , ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବାନାର୍ଜୀ ମହାନ୍ତି , ନିର୍ମଳ ମହାନ୍ତି , ଶିକ୍ଷୟିତ୍ରୀ ସୁମିତ୍ରା ଜେନା , ପ୍ରଭାତୀ ସାହୁ , ଗୀତା ମହାପାତ୍ର , ରୋଜାଲିନ ପତି , ଜୟସ୍ମିତା ରାଉତ କର୍ମଚାରୀ ଗିରିଶ ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୂଖ ପରିଚାଳନା ରେ ସହଯୋଗ କରିଥିଲେ । ଜିଲ୍ଲା ର ୧୬୭ ଟି ବିଦ୍ୟାଳୟ ରୁ ସ୍କାଉଟ , ଗାଇଡ଼ , ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପଟେନ ମିଶି ମୋଟ ୬୫୯ ଜଣ ଶିବିରରେ ଅଂଶ ଗ୍ରହଣ କରିଛନ୍ତି।
ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର ।