୩୬୦ ବର୍ଷ ପୁରୁଣା ରାଜମୁକୁଟ

ଲଣ୍ଡନ, ୭।୫: ରାଜ୍ୟାଭିଷେକ ଅବସରରେ ସେଣ୍ଟ ଏଡ୍‌ଓ୍ବାର୍ଡଙ୍କ ରାଜମୁକୁଟ ଚାଲର୍‌ସଙ୍କୁ ପିନ୍ଧାଯାଇଛି। ତାଙ୍କ ପୂର୍ବରୁ ମୁକୁଟକୁ ତାଙ୍କ ମା’ ତଥା ବ୍ରିଟେନ୍‌ର ଦିବଂଗତ ମହାରାଣୀ ଏଲିଜାବେଥ ୨ୟ ୧୯୫୩ ନିଜ ରାଜ୍ୟାଭିଷେକରେ ପରିଧାନ କରିଥିଲେ। ଏଲିଜାବେଥ୍‌ଙ୍କ ପୂର୍ବରୁ ୧୯୩୭ରେ କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ରାଜ୍ୟାଭିଷେକ ସମୟରେ ସେ ଏହାକୁ ପିନ୍ଧିଥିଲେ। ୧୬୬୧ରେ କିଙ୍ଗ୍‌ ଚାଲର୍‌ସ ୨ୟଙ୍କ ଦ୍ୱାରା ଏହି ମୁକୁଟ ନିର୍ମାଣ କରାଯାଇଥିଲା। ୨ କିଲୋଗ୍ରାମ ଓଜନର ସୁନାରେ ତିଆରି ମୁକୁଟକୁ ୬ ଜଣ ରାଜା ପିନ୍ଧି ସାରିଛନ୍ତି। ୩୬୦ ବର୍ଷ ପୁରୁଣା ରାଜମୁକୁଟରେ ମାଣିକ ସାଙ୍ଗକୁ ବହୁ ମୂଲ୍ୟବାନ୍‌ ରତ୍ନପଥର ଖଚିତ କରାଯାଇଛି। ଅନ୍ୟପକ୍ଷେ କାମିଲାଙ୍କୁ ପିନ୍ଧା ଯାଇଥିବା କୁଇନ୍‌ ମ୍ୟାରିଙ୍କ ମୁକୁଟ ଡିଜାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇ କୋହୀନୁର ହୀରାକୁ କାଢ଼ି ଦିଆଯାଇଛି। ୧୯୧୧ରେ ଏହି ରୁପା ମୁକୁଟକୁ ତିଆରି କରାଯାଇଥିଲା। ୨,୨୦୦ ହୀରାରେ ଖଚିତ ଏହି ମୁକୁଟର ଓଜନ ୫୯୦ ଗ୍ରାମ୍‌।

Leave a Reply

Your email address will not be published. Required fields are marked *