ମା’ ଦରିଆରାଣୀ କ୍ଲବ ଭୋଟପଡା ତରଫରୁ 36ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଭୁବନେଶ୍ୱର, ଆଜି ପବିତ୍ର କୁମାର ପୂର୍ଣମୀ ତଥା ମା ଗଜଲକ୍ଷ୍ମୀ ପୂଜା ଅବସରରେ ଭୁବନେଶ୍ୱର 10ନଂ ୱାର୍ଡ ଭୋଟପଡା ଗ୍ରାମର ମା’ ଦରିଆରାଣୀ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ 36ତମ ଗଜଲକ୍ଷ୍ମୀ ପୂଜା କରାଯାଇଅଛି ।ଏଥିପାଇଁ ସକାଳୁ ସଙ୍ଘର କର୍ମକର୍ତ୍ତା ମାନେ ଘଟ କଳସ ପାଣି ଆଣିବା ପାଇଁ ଗାଁ ପୋଖରୀ ଯାଇଥିଲେ । ଆଜି ମଧ୍ୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଦିନ 3ଘଟିକା ସୁଦ୍ଧା ମାଙ୍କ ପୂଜା ସାରିବା ପାଇଁ ଶୁଭ ତିଥି ଥିବାବେଳେ ପରମ୍ପରା ଓ ରୀତି ନୀତି ଅନୁଯାୟୀ ପୂଜା ସମ୍ପନ୍ନ ହୋଇଛି ଓ ଭକ୍ତ ମାନେ ମାଙ୍କ ଦର୍ଶନ କରିଛନ୍ତି ବୋଲି ସଙ୍ଘର ସଭାପତି ଶ୍ରୀଯୁକ୍ତ ଦାଶରଥି ନାୟଜ ସୂଚନା ଦେଇଛନ୍ତି ।୭ ଦିନ ଧରି ହେବାକୁ ଥିବା ଏହି ପୂଜାରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା, ରେକର୍ଡ ଡ୍ୟାନ୍ସ ଏବଂ ମେଲୋଡି କାର୍ଯ୍ୟକ୍ରମ ହେବ।ଗୁରୁବାର ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ବୋଲି ସଭାପତି ଶ୍ରୀଯୁକ୍ତ ନାୟକ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ସାଧାରଣ ସମ୍ପାଦକ କାଳନ୍ଦୀ ନାୟକ,ଜଳନ୍ଧର ନାୟକ, ମହେଶ୍ୱର ବେହେରା, ଟୁଲୁ ଭୋଇ, ସଂଗ୍ରାମ ଭୋଇ,ଦୀନବନ୍ଧୁ ଦାସ ଏବଂ ସୁକାନ୍ତ ସାମଲଙ୍କ ପ୍ରମୁଖ ଉପସ୍ଥିତ ରହି ପୂଜା ପରିଚାଳନା କରୁଛନ୍ତି।

ବିଜୟ ନନ୍ଦ reporter

Leave a Reply

Your email address will not be published. Required fields are marked *