ରଘୁନାଥପୁର ବ୍ଲକ ଚାନ୍ଦପୁର ଠାରେ 37 ତମ ରାଜ୍ୟ ସ୍ତରୀୟ ଗୀତ ଜ୍ଞାନ ଯଜ୍ଞ ମହୋତ୍ସବ ଉଦଯାପିତ

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଚାନ୍ଦପୁର ଠାରେ 37 ତମ ରାଜ୍ୟ ସ୍ତରୀୟ ଗୀତ ଜ୍ଞାନ ଯଜ୍ଞ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଆଙ୍କର – ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଠାରେ 37 ତମ ରାଜ୍ୟ ସ୍ତରୀୟ ଗୀତ ଜ୍ଞାନ ଯଜ୍ଞ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଗୀତ ଜ୍ଞାନ ଯଜ୍ଞ କମିଟି ର ସଭାପତି ବିଜୟ କୁମାର ସ୍ୱାଇଁ ଙ୍କ ସଭାପତିତ୍ୱ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମହାପ୍ରଭୁ ଜଗନ୍ନାଥଙ୍କର ବରିଷ୍ଠ ତଥା ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ବାବା ଦିବାକର ଦାସ ଙ୍କ ସହିତ ବହୁ ଗୀତା ପ୍ରେମୀ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଗୀତ ସମଗ୍ର ମାନବ ଜାତି ପାଇଁ ପଥପ୍ରଦର୍ଶକ କହିଥିଲେ । ଏହା ସହିତ ପାଣ୍ଡବ ମାନେ ଦ୍ୱାପର ଯୁଗର ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଇଷ୍ଟ ରୂପେ ଗ୍ରହଣ କରି ତାଙ୍କରି ନିର୍ଦେଶରେ ଚାଲିଥିବା ରୁ ତାଙ୍କର ଜୀବନ ମଧୁମୟ ହୋଇ ଥିଲା ବୋଲି ଅତିଥି ମାନେ କହିଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୁନି କୁନି ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *