୪ ରାଜପଥ ଲୁଟେରା ଗିରଫ

ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କ ସ୍ଥିତ ଆଳିସ ଛକ ରୁ ଶନିବାର ମଧ୍ୟାହ୍ନ ସମୟରେ ୪ ଜଣ ଯୁବକ ଏକ ସାଇକେଲ ଚୋରି କରୁଥିବା ବେଳେ ସାଇକେଲ ମାଲିକ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରପଡିଥିଲେ । ସତ୍ୟବାଦୀ ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଜୟ କେତନ ବେହେରା ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳ ସୋରଣ ଗ୍ରାମର ମିଥୁନ ଦାସ, ରତନ ପୁର ଗ୍ରାମର ନୀଳକଣ୍ଠ ଦାସ ଏବଂ କୁହୁଡି ର ଅଜୟ ସାହୁ ଓ କାଳିଆ ସାହୁ ଏକ ସ୍ବିଫ୍ଟ ଡେଜେୟାର କାର ଯୋଗେ ନୂଆଜଗନ୍ନାଥ ସଡ଼କ ଦେଇ ଯାଉଥିବା ସମୟରେ ଆଳିସ ଛକର ଏକ ନିଛାଟିଆ ସ୍ଥାନରେ ସାଇକେଲଟିଏ ରହିଥିବା ଏବଂ ସାଇକେଲ ପାଖରେ କେହି ଲୋକ ନଥିବା ଦେଖି ସମ୍ପୃକ୍ତ ୪ ଜଣ ସାଇକେଲ ଟିକୁ ତାଙ୍କ କାର ଭିତରେ ଭର୍ତ୍ତି କରି ନେଇଯାଉଥିବା ବେଳେ ସାଇକେଲ ମାଲିକ ଓ ସ୍ଥାନୀୟ ଲୋକଙ୍କ ନଜର ରେ ପଡିଯାଇଥିଲେ | ଯାହାଫଳରେ ଏହି ଲୁଟେରା ଚାରି ଜଣଙ୍କୁ ସ୍ଥାନୀୟ ଲୋକ ଓ ନିଜେ ମାଲିକ କାବୁ କରି ସତ୍ୟବାଦୀ ପୋଲିସକୁ ଜଣାଇଥିଲେ। ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କେଶ ନମ୍ବର ୨୨୩ /୨୦୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।
କାଳିପ୍ରସାଦ ମହାପାତ୍ର, ତୀର୍ଥକ୍ଷେତ୍ର