କଳା ପଲସର ଆତଙ୍କ/ ମାଉଜର ଦେଖାଇ ପେଟ୍ରୋଲ ପମ୍ପ ମ୍ୟାନେଜର ଙ୍କ ଠାରୁ୪ଲକ୍ଷ୍ୟ ୬୪ହଜାର ଟଙ୍କା ଲୋଟିନେଲେ ଦୁର୍ବୁତ୍ତ/ପୋଲିସର ତନାଘନା



୦୮.୦୮.୨୦୨୨
ଢେଙ୍କାନାଳ ଜିଲ୍ଲା କାଙ୍କଡ଼ାହାଡ଼ ଥାନା ବିରାଶାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖା ଠାରୁ ୫ ଶହ ମିଟର ଦୂରରେ ଦେଖା ଦେଇଛି କଳା ପଲସର ଆତଙ୍କ। ମାଉଜର ଦେଖାଇ ଶାନ୍ତି ଲତା ଫିଲିଙ୍ଗ ଷ୍ଟେସନ ମ୍ୟାନେଜର ଙ୍କ ଠାରୁ ୪ଲକ୍ଷ୍ୟ ୬୪ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଲୋଟିନେଲେ ଦୁଇ ଦୁର୍ବୁତ୍ତ | ସୂଚନା ମୁତାବକ ରହଣି ଠାରେ ଥିବା ଶାନ୍ତି ଲତା ଫିଲିଙ୍ଗ ଷ୍ଟେସନ ମ୍ୟାନେଜର ଏକ ବ୍ୟାଗ ରେ ଟଙ୍କା ନେଇ ଡିପୋଜିଟ ପାଇଁ ବିରାଶଳ ଗ୍ରାମବ୍ୟାଙ୍କ କୁ ଯାଉଥିଲେ। ବ୍ୟଙ୍କ ଠାରୁ ୫ଶହ ମିଟର ପୂର୍ଵ ରୁ ଏକ କଳା ପଲସର ରେ ଦୁଇ ଜଣ ଯୁବକ ହେଲମେଟ ଓ ମୁଖା ପିନ୍ଧି ତାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ଏକ ମାଉଜର ଲଗାଇ ଟଙ୍କା ବ୍ୟାଗ ଟି ଛଡାଇନେଇଛନ୍ତି |ତେବେ ଆଖି ପିଛୁଳାକେ ଦୁର୍ବୁତ୍ତ ଦୁଇଜଣ ଟାଟା ମାଇନ୍ସ ରାସ୍ତା ଆଡକୁ ପଳାଇଥିଲେ। ଖବର ପାଇ ଘଟଣା ସ୍ଥଳରେ କାଙ୍କଡ଼ାହାଡ଼ ପୋଲିସ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି |ତେବେ ଦିନ ଦିପ୍ରହରରେ ଏହିଭଳି ଲୁଟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି |

ପ୍ରକାଶ କୁମାର ପାତ୍ର
କାମାକ୍ଷାନଗର, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *