ଚୋରା ବାଇକ ଓ ଅନ୍ୟାନୀୟ ଚୋରା ସାମଗ୍ରୀ ସହ ୪ ଜଣ ଲୁଟେରା ଗିରଫ
କେବଳ ବାଇକ ନୁହେଁ ଦୋକାନ ଓ ଘର ଭାଙ୍ଗି ଚୋରି କରୁଥିଲେ ଚୋର ସାତ ଚୋରା ବାଇକ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ ଏଥି ସହିତ ୪ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସୂଚନା ଦେଇଛି ପୋଲିସ. ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଯଶୋବନ୍ତ କିସ୍କୁ ସହ ତାର ଗ୍ୟାଙ୍ଗକୁ ଗିରଫ କରିଛି. ଯଶୋବନ୍ତ କିସ୍କୁ ଓ ତାର ସହଯୋଗୀ ରାଣୀତାଲ ବଜାରର ଏକ ହୋଟେଲ କବାଟ ଭାଙ୍ଗି ଟିଭି , ଇନଭର୍ଟର ସହ ଅନେକ ସାମଗ୍ରୀ ଚୋରି କରିଥିଲା ଚୋରିରେ ଯଶୋବନ୍ତ କିସ୍କୁ ସମ୍ପୃକ୍ତି ସନ୍ଦେହ ହେବାରୁ ପୋଲିସ ତାକୁ ପଚରା ଉଚୁରା କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିଲା ଏହି ଚୋରିରେ ସହଯୋଗ କରିଥିବା ଜଣେ ନାବାଳକ ସହ ରମ୍ବୀଳା ଅଞ୍ଚଳର ଗୌତମ ପରିଡା , ଉତ୍ତମ ପରିଡାକୁ ମଧ୍ୟ ଗିରଫ କରାଯାଇଛି ସେମାନଙ୍କ ନିକଟରୁ ୭ଟି ଚୋରା ବାଇକ ସହ ଟିଭି , ଇନ୍ଭରଟର ଭଳି ସାମଗ୍ରୀ ଲୁଟ ପାଇଁ ବ୍ୟବହାର ହେଉଥିବା କଟୁରି , ଲୁହା ରଡ଼ ଓ ଖଣ୍ଡା ଜବତ ହୋଇଛି ଗିରଫ ଲୁଟେରାଙ୍କ ନାଁରେ ଭଦ୍ରକ, ବାଲେଶ୍ୱର ସହ ବିଭିନ୍ନ ଅଞ୍ଚଳରେ ଲୁଟରେ ସାମିଲ ଥିବା ଅନୁମାନ କରାଯାଇଛି,।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର