ଖୋରଧା ମହିଳା ମହାବିଦ୍ୟାଳୟର ୪୩ ତମ ସମ୍ଭ୍ରସନା ଉତ୍ସବ
![](https://teerthkhetra.com/wp-content/uploads/2023/12/IMG-20231221-WA0022.jpg)
ଆଜି ଖୋରଧା ମହିଳା ମହାବିଦ୍ୟାଳୟର ୪୩ ତମ ସମ୍ଭ୍ରସନା ଉତ୍ସବ ଅବସରରେ ଖୋରଧା ମାଟିର ସୁଯୋଗ୍ୟ ସନ୍ତାନ ଓ ଜଣା ଶୁଣା ଯୁବ ସମାଜସେବୀ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକଙ୍କ ସର୍ବ ଭାରତ ସ୍ତରରେ ଗ୍ରାମୀଣ ମହିଳାମାନଙ୍କ ଆର୍ଥିକ,ଶାରିରୀକ ଓ ମାନସିକ ଅଗ୍ରଗତି କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ମହିଳା ମହାବିଦ୍ୟାଳୟ ପକ୍ଷରୁ ସମ୍ବନ୍ଧିତ କରାଯାଇ ଅଛି।
ଉଲ୍ଲେଖ ଥାଉ କି ଶ୍ରୀଯୁକ୍ତ ପଟ୍ଟନାୟକ ଭାରତର ଏକ ପ୍ରମୁଖ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତ ରହି ୨୨ ଗୋଟି ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ ମହିଳାମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଧାରିବା ସହ ୧୦୦୦୦ରୁ ଉର୍ଦ୍ଧ ଯୁବତୀ ଓ ଯୁବକ ମାନଙ୍କୁ ଆତ୍ମ ନିଯୁକ୍ତି ଦେବାରେ ସଫଳତା ହାସଲ କରିଛନ୍ତି। ଓଡିଶାର ବିଭିନ୍ନ ପ୍ରାନ୍ତରେ ଶାରିରୀକ,ମାନସିକ,ଭିନ୍ନକ୍ଷମ,ଅନାଥ,ବୃଦ୍ଧା ଓ ବୃଦ୍ଧ ମାନଙ୍କର ସେବା ସୁଶୃଶା କରିବା ସହ ସମାଜରେ ଥିବା ଦଳିତ ଓ ନିଷ୍ପେଷିତ ବର୍ଗର ଲୋକ ମାନଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଯୋଗୁଁ ତାଙ୍କୁ ମହିଳା ମହାବିଦ୍ୟାଳୟ ପକ୍ଷରୁ ସମ୍ବନ୍ଧିତ କରାଯାଇ ଅଛି। ଉକ୍ତ କାର୍ଯ୍ୟକ୍ରମକରେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ମୁନା ଖାନ୍,ସ୍ଥାନୀୟ ବିଧାୟକ ଶ୍ରୀ ଜିତୁ ମିତ୍ର ଓ ଶ୍ରୀମୟୀ ମିଶ୍ର ଙ୍କ ବ୍ୟତିତ ଅନେକ ବୁଧିଜିବୀ ଉପସ୍ଥିତ ଥିଲେ।