୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା

ପୁରୀ, ୭/୨- ୪୪ତମ ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗୀତାରେ ତୃତୀୟ ଦିନ ସୁଦ୍ଧା ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚରେ ମହାରାଷ୍ଟ୍ର 05-00ରେ ମଧ୍ୟପ୍ରଦେଶ କୁ,ଆନ୍ଦ୍ରପ୍ରଦେଶ03-01ରେ ରାଜସ୍ଥାନ କୁ,ତେଲେଙ୍ଗାନା03-02ରେ କାର୍ଣ୍ଣାଟକକୁ, ପଞ୍ଜାବ10-00ରେ ଉତ୍ତର ପ୍ରଦେଶ କୁ ହରାଇଥିବା ବେଳେ ଆଜି ଅନୁଷ୍ଠିତ ଅନ୍ୟ ସୁପର ଲିଗ ମ୍ୟାଚ ରେ କେରଳା03-00ରେ ଓଡିଶାକୁ,ଛତିଶଗଡ଼ 07-00ରେ ଦିଲ୍ଲୀକୁ, ଛତିଶଗଡ଼ 10-00 ରେ କେରଳା କୁ,ମହାରାଷ୍ଟ୍ର01-00ରେ ଆନ୍ଦ୍ରପ୍ରଦେଶ କୁ,ପଞ୍ଜାବ 09-03ରେ ତେଲେଙ୍ଗାନା କୁ,ଛତିଶଗଡ଼ 01-00 ରେ ଓଡିଶାକୁ,କେରଳା05-00ରେ ଦିଲ୍ଲୀ କୁ,ଆନ୍ଦ୍ର ପ୍ରଦେଶ07-01ରେ ତେଲେଙ୍ଗାନା କୁ,ମହାରାଷ୍ଟ୍ର10-00ରେ ପୁଞ୍ଜବକୁ ହରାଇଛି।ସେହିପରି ପୁରୁଷ ବର୍ଗରେ ଆଜି ଅନୁଷ୍ଠି ମ୍ୟାଚ ଗୁଡିକରେ ପଞ୍ଜାବ02-00ରେ ମହାରାଷ୍ଟ୍ର କୁ,ରାଜସ୍ଥାନ 02-01ରେ ଜମ୍ମୁକାଶ୍ମୀର କୁ,ଦିଲ୍ଲୀ06-02 ଓଡିଶାକୁ,ମଧ୍ୟପ୍ରଦେଶ 10-02ପଣ୍ଡିଚେରୀ କୁ,ଛ ତିଶଗଡ଼04-00 ଇଣ୍ଡିଆନ ଏଲକୁ,ଚଣ୍ଡୀଗଡ଼ 02-01 କେରଲକୁ ହରିୟାଣା 07-00 ତେଲେଙ୍ଗାନକୁ,ଆନ୍ଦ୍ର ପ୍ରଦେଶ10-00 ଗୁଜରାଟ କୁ ହରାଇଛି।ପୁରୁଷ ବିଭାଗ ସୁପର ଲିଗ ମ୍ୟାଚରେ ପଞ୍ଜାବ 05-00 ରାଜସ୍ଥାନ କୁ,ଦିଲ୍ଲୀ 04-00ମଧ୍ୟ ପ୍ରଦେଶ କୁ,ଛତିଶଗଡ଼07-03 ଚଣ୍ଡୀଗଡ଼କୁ,ଆନ୍ଦ୍ର ପ୍ରଦେଶ03-00 ହରିୟାଣା କୁ ହରାଇଛି।ଏହି ଚାମ୍ପିଅନ ସିପର ଆସନ୍ତାକାଲି ଉଭୟ ବିଭାଗର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଗାମୀ 9 ତାରିଖ ଦିନ ଏହି ସର୍ବ ଭାରତୀୟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସେହିଦିନ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ।ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥିଭାବେ ଯୋଗଦାନ କରି ଖେଳାଳି ମାନଙ୍କ ସହିତ ଭେଟି ଥିବା ବେଳେ ଉତ୍ସାହିତ କରିଥିଲେ।ପୁରୀ ଜିଲ୍ଲା ପ୍ରଶାସନର ସହଯୋଗ ତଥା ରାଜ୍ୟ ସଫ୍ଟବଲ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ପରିଚାଳନାରେ ସଫ୍ଟବଲ ସଙ୍ଘର ରାଜକିଶୋର ପଟ୍ଟନାୟକ,ସୌମିତ୍ର ହରିଚନ୍ଦନ,ସତିକାନ୍ତ ପଟ୍ଟନାୟକ,ସୌରଭ ରଥ,ଏଲୋରା କାନୁନଗୋ, ଅରବିନ୍ଦ ଦାସ,ସୁଚାରିତା ପଟ୍ଟନାୟକ,ସୌଭାଗ୍ୟ ସାହୁ,ସୌମ୍ୟା ରଞ୍ଜନ ସାହୁ,ବିଭୁ ପଶୁପାଳକ,ଅମୀୟ ନାଗ ,ଅଶୋକ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *