କଳାହାଣ୍ଡି ଜିଲ୍ଲାର ୪୫ ଜଣିଆ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ

ହିଞ୍ଜିଳିକାଟୁ :-୧୯/୦୨- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କୁ ଆଜି କଳାହାଣ୍ଡି ଜିଲ୍ଲା ର ୪୫ ଜଣିଆ ଏକ ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନରେ ପୁର୍ବାହ୍ନ ୧୧ଘଣ୍ଟ ସମୟରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳବିଭାଗ ଦ୍ଵାରା କିଟ୍ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ତିନିଦିନିଆ କର୍ମଶାଳାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁ ବ୍ଳକର ଆଜି ଅନ୍ତିମ ଦିବସ ରେ ଉନ୍ନୟନ ମୂଳକ କାର୍ଯ୍ୟ କୁ ଦେଖିଥିଲେ । ଏହି ପ୍ରତିନିଧି ଦଳ ରବିବାର ଦିନ ହିଞ୍ଜିଳି ବ୍ଲକ ର ଦାରୁଭଦ୍ରା ,ଶାସନ ଆମ୍ବଗାଁ, ସାରୁ ପଞ୍ଚାୟତ ଠାରେ ପହଞ୍ଚି ପରିଦର୍ଶନ କରିଥିଲେ । ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଏବଂ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କ ଦ୍ଵାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ ଓ ଉତ୍ତରିୟଦେଇ ଭବ୍ଯ ସମ୍ଭର୍ଦ୍ଧନା ସହ ସଭା କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ।ସ୍ଥାନୀୟ ନେତୃବୃନ୍ଦ ଓ ନିର୍ବାଚିତ ହୋଇଥିବା ଜନ ପ୍ରତିନିଧି ତଥା ସରପଞ୍ଚ ,ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇ ସମସ୍ତ ଉନ୍ନୟନ ପ୍ରକଳ୍ପ କୁ ବୁଲିବୁଲି ଦେଖାଇବା ପାଇଁ ସହଯୋଗ କରିଥିଲେ । ଗ୍ରାମର ବିକାଶ କୁ ଲକ୍ଷ୍ୟ ନେଇ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗର ଗୁରୁତ୍ୱ ଉପରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଅତିଥି ମାନଙ୍କୁ ଅବଗତ କରାଇଥିଲେ । ସମୃଦ୍ଧ ପଞ୍ଚାୟତ ଗଠନରେ ପ୍ରଶାସନ ଓ ପଞ୍ଚାୟତ ର ସହଯୋଗ ଏବଂ ସମନ୍ୱୟ ବିଷୟ ଉପରେ ଆଲୋକପାତ କରିବା ମଧ୍ୟ କହିଛନ୍ତି । ମିଶନଶକ୍ତି ଗୃହରେ ଆୟୋଜନ କରାଯାଇଥିବା ଗେଲ୍ଲା ଝିଅ , ଅଦ୍ଵିକା ଓ ନିର୍ଭୟା କଢ଼ି କାର୍ଯ୍ୟକ୍ରମ ସମ୍ୱନ୍ଧରେ ପରିସରରେ ଶିଶୁ ଓ ମହିଳା ବିଭାଗ ପ୍ରକଳ୍ପ ଅଧିକାରିଣୀ ଏବଂ ଅଙ୍ଗନାୱାଡ଼ି କର୍ମୀମାନେ ଏ ସମ୍ୱନ୍ଧରେ ଅବଗତ କରାଇଥିଲେ । ପଞ୍ଚାୟତ ର ପାଠାଗାର ,ମିନି ଷ୍ଟାଡିୟମ ,ଆଦର୍ଶ ପୋଖରୀ , ଶିଶୁ ଉଦ୍ୟାନ ,ଶାସନ ଆମ୍ବ ଗାଁ ପଞ୍ଚାୟତ ର (MCC/MRF) , ଅଙ୍ଗନା ୱାଡ଼ି କେନ୍ଦ୍ର ପ୍ରମୋଦ ଉଦ୍ୟାନ ବୁଲି ଦେଖିବା ସହ ସାରୁ ଗ୍ରାମ ପଞ୍ଚାୟତର ରୂପନ୍ତରିକରଣ ଉଚ୍ଚ ବିଦ୍ୟାଳୟ , ମିଶନ ଶକ୍ତି ଗୃହ ଏବଂ ପଞ୍ଚାୟତ ପାଠାଗାର ବୁଲିଦେଖି କଳାହାଣ୍ଡି ଜିଲ୍ଲାକୁ ଫେରିବା ସମୟରେ ଆସିଥିବା ସମସ୍ତ ପଞ୍ଚାୟତ ପ୍ରତିନିଧି ଦଳ ତରଫରୁ ସରକାରୀ ବିଭାଗୀୟ ଅଧିକାରୀ ବିପିଓ ପ୍ରହଲ୍ଲାଦ ପ୍ରଧାନ ଏବଂ ଏପିଡ଼ି /ଡ଼ିପିଏମ ପ୍ରେମଚାନ୍ଦ ମଲ୍ଲିକ ଖୁସି ପ୍ରକଟ ହୋଇ ହିଞ୍ଜିଳି ପଞ୍ଚାୟତ ସମିତିର ସମସ୍ତ ସରକାରୀ କର୍ମଚାରୀ , ଜନପ୍ରତିନିଧି ଏବଂ ହିଞ୍ଜିଳି କାଟୁ ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ପଞ୍ଚାୟତ ବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରିପୋର୍ଟ – ଜିଲ୍ଲା ହିଞ୍ଜିଳିକାଟୁ ରୁ ରଂଜିତ କୁମାର ପୋଲାଇ, ଗଞ୍ଜାମ।

Leave a Reply

Your email address will not be published. Required fields are marked *