ଗବସାହି ମା ତାରିଣୀ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ
ଭଦ୍ରକ– ଭଦ୍ରକ ପୌରାଞ୍ଚଳ ୭ ନଂ ୱାର୍ଡ଼ ଗବସାହି ସ୍ଥିତ ମା ତାରିଣୀ ମନ୍ଦିର ର ଚତୁର୍ଥ ବାର୍ଷିକ ଉତ୍ସବ ୨ ଦିନ ବ୍ୟାପି ମହା ସମାରୋହ ରେ ପାଳିତ ହୋଇଛି l ରବିବାର ପ୍ରଥମ ଦିବସ ରେ ଶତାଧିକ ମହିଳା ସାଳନ୍ଦୀ ନଦୀ ଘାଟ ରୁ କଳସ ବୁଡ଼ାଇ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ l ସେଠାରେ କଳସ ସ୍ଥାପନ ପରେ ଯଥା ଵିଧି ପୂଜା ରୀତି ଆରମ୍ଭ ହୋଇଥିଲା l କଳସ ସ୍ଥାପନ, ସୁର୍ଯ୍ୟ ପୂଜା, ମା ଙ୍କ ଷୋଡଶ ଉପଚାର ପୂଜା ହୋଇଥିଲା l ପରେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ଚଣ୍ଡୀପାଠ ରୀତି ନୀତି ଅନୁଯାୟୀ କରା ଯାଇଥିଲା l ୨ ଦିନ ବ୍ୟାପି ପ୍ରସାଦ ସେବନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ମନ୍ଦିର କମିଟି ର ସଭାପତି ଜଗବନ୍ଧୁ ପାଣି, ସମ୍ପାଦକ ଅନୁପ କୁମାର ସାହୁ, ଉପ ସଭାପତି ସରୋଜ କୁମାର ରାଉଳ, କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ଦାସ, ରାଜେଶ ଦାସ, ଜଗବନ୍ଧୁ ଜେନା, ମୁଖ୍ୟ ଉପଦେଷ୍ଟା ହରେକୃଷ୍ଣ ଦାସ, ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ପ୍ରମୁଖ ପରିଚାଳନା କରିଥିଲେ l ଏହି ଅବସରରେ ନାମ ସଂକୀର୍ତ୍ତନ ୨ ଦିନ ଧରି ଚାଲିଥିଲା l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଶହ ଶହ ଶ୍ରଦ୍ଧାଳୁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ମା ଙ୍କ ଆଶୀର୍ବାଦ ନେଇଥିଲେ l
ରିପୋର୍ଟ- ପୁନିଲ୍ କୁମାର ସାମନ୍ତ,ଭଦ୍ରକ।