୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି, ମୋଟ ପରିମାଣ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ସେ କହିଛନ୍ତି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାରବାର ହେଉଥିବା ମୋଟ ୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟର ବ୍ୟାଙ୍କକୁ ଫେରିଛି।

ଆରବିଆଇ ଗଭର୍ନର କହିଛନ୍ତି ଫେରିଥିବା ୨୦୦୦ ଟଙ୍କିଆ ଗୁଡିକ ମଧ୍ୟରୁ ୮୫ ପ୍ରତିଶତ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ସେ ଏହା ମଧ୍ୟ କହିଛନ୍ତି ୫୦୦ ଟଙ୍କିଆ ନୋଟ ଫେରାଇବାର କୌଣସି ଯୋଜନା ନାହିଁ କିମ୍ବା ୧୦୦୦ ଟଙ୍କିଆ ନୋଟ ପ୍ରଚଳନ କରିବା ଲାଗି ଚିନ୍ତା କରାଯାଇ ନାହିଁ। ଲୋକଙ୍କୁ ଏ ବିଷୟରେ କଳ୍ପନା ଜଳ୍ପନା ନ କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *