ବନ୍ଧୁଲି ଜଙ୍ଗଲ ପଚାଶ ଲକ୍ଷ୍ୟ ଟଙ୍କା ଗଞ୍ଜେଇ ଜବତ /ଗୋଛାପଡା ପୋଲିସ ର ଚଢ଼ାଉ

ବନ୍ଧୁଲି ଜଙ୍ଗଲ ପଚାଶ ଲକ୍ଷ୍ୟ ଟଙ୍କା ଗଞ୍ଜେଇ ଜବତ /ଗୋଛାପଡା ପୋଲିସ ର ଚଢ଼ାଉ I ୧୮୨୫ କିଲୋ ଗଞ୍ଜେଇ ଜବତ I ପୋଲିସ କୁ ଦେଖି ଫେରାର ହୋଇଗଲେ ଗଞ୍ଜେଇ ମାଫିଆ I
ଫୁଲବାଣୀ ୩୦/୦୪/୨୦୨୫ ଫିରିଙ୍ଗିଆ କିଛିଦିନ ର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଗୋଛାପଡା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା I ଚାଲାଣ ପାଇଁ କିଛି ଗଞ୍ଜେଇ ମାଫିଆ ପ୍ରସ୍ତୁତି ଚଳାଇ ଥିବା ବେଳେ ଖବର ପାଇ ଗୋଛାପଡା ଥାନା ଅଧୀନରେ ଥିବା ବନ୍ଧୁଲି ଜଙ୍ଗଲରେ ପୋଲିସ ଅତର୍କିତ ଚଢ଼ାଉ କରି ୭୩ ଟି ପ୍ଲାଷ୍ଟିକ ବସ୍ଥାରେ ଭର୍ତି ହୋଇଥିବା ୧୮୨୫ କିଲୋ ଗଞ୍ଜେଇ କୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟନସ୍ଥଳରୁ ପ୍ରସ୍ତୁତି ଚଳାଇଥିବା ମାଫିଆ ମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି I ତେବେ ପୋଲିସ ର ସୂଚନା ଅନୁସାରେ ଏହି ବନ୍ଧୁଲି ଜଙ୍ଗଲ ରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇ ପ୍ରସ୍ତୁତି ଚଳାଇଥିବା କୌଣସି ସୂତ୍ରରୁ ପୋଲିସ କୁ ଖବର ମିଳିଥିଲା I ଖବରପାଇବା ପରେ ଫୁଲବାଣୀ ସଦର ଏସଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଓ ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ସହ ଗୋଛାପଡା ଥାନାରେ ଏକ ଟିମ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ଙ୍କ ଉପସ୍ଥିତିରେ ଏହି ବନ୍ଧୁଲି ଜଙ୍ଗଲ ରେ ଚଢ଼ାଉ କରିଥିଲେ I ତେବେ ପୋଲିସ ଆସିବାର ଆଗୁଆ ସୂଚନା ପାଇ ପ୍ରସ୍ତୁତି ଚଳାଇଥିବା ମାଫିଆ ମାନେ ତରବରିଆ ଭାବରେ ଗଞ୍ଜେଇ ବସ୍ତା ଗୁଡିକୁ ଜଙ୍ଗଲ ଭିତରେ ଛାଡି ଦେଇ ଫେରାର ହୋଇଯାଇଥିଲେ I ପରେ ପୋଲିସ ଗଞ୍ଜେଇ ବସ୍ତା ଗୁଡିକୁ ଜବତ କରି ଥାନାକୁ ଆଣିଥିବା ବେଳେ ମଙ୍ଗଳବାର ଏହି ଘଟଣାକୁ ନେଇ ୯୫/୨୦୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସହ ଫେରାର ମାଫିଆ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଙ୍କ ସହ ଏସ୍ଡ଼ିପିଓ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି I ଅନ୍ୟପଟେ ଲଗାତାର ଭାବରେ ଏହି ଗୋଛାପଡା ପୋଲିସ ଅଂଚଳରୁ ଗଞ୍ଜେଇ କାରବାର କୁ ସମୂଳେ ଧ୍ବଂସ କରିବାରେ ଲାଗିପଡ଼ିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ଓ ଏସ୍ଡ଼ିପିଓ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ରତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରିଚାଲିଛନ୍ତି I କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହେଉଛି I

Leave a Reply

Your email address will not be published. Required fields are marked *