55ତମ ଯୁଗ୍ମ ଅଧିଷ୍ଠାନ ଦିବସ ପାଳିତ

ପୁରୀ ରୋଟାରୀ କ୍ଳବ ଓ ପୁରୀ ଇନରହୁଇଲ କ୍ଲବର 55ତମ ଯୁଗ୍ମ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି lବିଶ୍ୱର ସର୍ବବୃହତ ସେବା ସଂଗଠନ ରୋଟାରୀ ଇଣ୍ଟରନେସନାଲ ପରିଚାଳନାରେ 1969 ମସିହାରେ ପ୍ରତିଷ୍ଠିତ ପୁରୀ ରୋଟାରୀ କ୍ଳବ ଓ ଆନ୍ତର୍ଜାତୀୟ ମହିଳା ସେବା ସଂଗଠନ ପୁରୀ ଇନରହୁଇଲ କ୍ଲବର 55ତମ ଯୁଗ୍ମ ଅଧିଷ୍ଠାନ ଉର୍ତ୍ସବ ଗତକାଲି ସନ୍ଧ୍ୟା ରେ ପୁରୀର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର 24-25 ଯଜ୍ଞାସିସ ମହାପାତ୍ର, ସମ୍ମାନିତ ଅତିଥିଭାବେ ରୋଟାରୀ ଡିଷ୍ଟ୍ରିକ 3262ର ପ୍ରାକ୍ତନ ଗଭର୍ଣ୍ଣର ଡାକ୍ତର ସୌମ୍ୟରଞ୍ଜନ ମିଶ୍ର,ଉପଜିଲ୍ଲା ଗଭର୍ଣ୍ଣର ସୁଧାଂଶୁ ହରିଚନ୍ଦନ ଅନ୍ୟତମ ଅତିଥିଭାବେ ଯୋଗଦାନ କରିଥିଲେ l ଏହି ଉର୍ତ୍ସବରେ ପୁରୀଜିଲ୍ଲା ରୋଟାରୀ କ୍ଳବ ର ବିଦାୟୀ ସଭାପତି କମଳେନ୍ଦୁ ଦାସ, ସମ୍ପାଦକ ରତିକାନ୍ତ ନାୟକ ଓ ଇନରହୁଇଲ କ୍ଳବର ବିଦାୟୀ ସଭାନେତ୍ରୀ ଜ୍ୟୋତିର୍ମୟୀ ଦାସ ବିଗତ ବର୍ଷର ବିଭିନ୍ନ ସେବାମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାନ କରିଥିଲେ l ରୋଟାରୀ କ୍ଲବର ନୂତନ ସଭାପତି ସନ୍ତୋଷ କୁମାର ଲେଙ୍କା ସମ୍ପାଦକ କେଦାରନାଥ ଚୌଧୁରୀ ଇନରହୁଇଲ କ୍ଳବର ନୂତନ ସଭାନେତ୍ରୀ ସରିତା ମିଶ୍ର ସମ୍ପାଦିକା ଶ୍ୱେତଲିନା ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l ନୂତନ କର୍ମକର୍ତ୍ତାଗଣ ନିଜ ନିଜର କାର୍ଯ୍ୟକାରୀ କମିଟି ର ପରିଚିତ୍ତ କରାଇବା ସହିତ ଚଳିତ ବର୍ଷ ନିର୍ଧାରିତ ସେବାମୂଳକ କାର୍ଯ୍ୟ ଗୁଡିକ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ପରେ ପରେ ସମ୍ପାଦକ ଶୈଳେଶ ବେହେରାଙ୍କ ସମ୍ପାଦିତ ରୋଟାରୀ କ୍ଲବର ମୁଖପତ୍ର “ନୀଳଚକ୍ର ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ନାରାୟଣ ଦାସ,ଶୁଭ୍ରାଂଶୁ ଶେଖର ମହାପାତ୍ର, ବଦ୍ରି ପାତ୍ର,ଅଜୟ ସାହା, ରବିନାରାୟଣ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ରୋଜା ପ୍ରିୟଦର୍ଶୀ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *