୫୮ ବର୍ଷ ହେଲା ପାକିସ୍ତାନ ଜେଲରେ ବନ୍ଦୀ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ଗାଁ ର ଆନନ୍ଦ ପତ୍ରୀ 1958 ମସିହାରେ 31 ବେଙ୍ଗଲ ଇଞ୍ଜିନିୟର ବେଙ୍ଗଲ ଜୀ କମ୍ପାନୀ ଓଇର 24 ପ୍ରାଗଣା ପଶ୍ଚିମବଙ୍ଗର ଜଣେ ଭାରତୀୟ ସୈନିକ ଭାବେ ନିଯୁକ୍ତି ପାଇଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧରେ ନିଜର ବୀରତ୍ଵର ପ୍ରମାଣ ଦେଇଥିଲେ। ୧୯୬୫ ଭାରତ ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ ଆନନ୍ଦ ହେଲେ ଯୁଦ୍ଧର ରଣକ୍ଷେତ୍ରରୁ ଏ ପର୍ଯ୍ୟନ୍ତ ଫେରି ପାରିଲେନାହିଁ ।ଯାହାକୁ ନେଇ ପୁରା ପରିବାର ଚିନ୍ତାରେ ବହୁବାର ରାଜ୍ୟ ସରକାର ଭାରତ ସରକାରଙ୍କ ନିକଟରେ ଗୁହାରି କରିଚାଲିଛନ୍ତି। ପୁରା ପରିବାର ଏବେ ବହୁ ଦିନପରେ ରାଜ୍ୟସରକାରଙ୍କ ନିଦ ଭାଙ୍ଗିବା ଆରମ୍ଭ ହୋଇଛି ପ୍ରକ୍ରିୟା, ସୂଚନା ଅନୁଯାଇ ଏହାର ବହୁତ ଦିନପରେ ପାକିସ୍ତାନ ଲାହୋର ଜେଲରେ ଥିବା ସହ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ସହ ଏକ ଖବର ପ୍ରକାଶ ପାଇଥିଲା। ଏ ଖବର ଆନନ୍ଦ ପତ୍ରୀ ଙ୍କ ପୁଅ, ପରିବାର ଲୋକ ଓ ଗ୍ରାମବାସି ଲୋକଙ୍କ ଦୃଷ୍ଟି ଗୋଚର ହୋଇଥିଲା। ପରେ ସେମାନେ ଆନନ୍ଦ ପତ୍ରୀଙ୍କୁ ପାକିସ୍ତାନ ଜେଲରୁ ମୁକ୍ତି କରିବା ପାଇଁ ଚେଷ୍ଟା କରିଆସୁଛନ୍ତି।
ଏହି ପ୍ରରିପ୍ରେକ୍ଷୀରେ ଗତ 12 ନଭେମ୍ବର 2006 ରେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଶ୍ରୀ ପ୍ରଣବ ମୁଖାର୍ଜୀ ଙ୍କୁ ଏକ ଦାବିପତ୍ର ପଠାଇ ଅନୁରୋଧ କରିଥିଲେ।20 ଡିସେମ୍ବର 2006 ରେ ଭାରତ ସରକାର ବୈଦେଶିକ ବେପାର ମନ୍ତ୍ରାଳୟର ଯୁଗନ୍ମ ସଚିବ ଶ୍ରୀ ଉତ୍ପଳ ରାୟ ଙ୍କୁ ଅବଗତ କରାଇଥିଲେ। 22 ଡିସେମ୍ବର 2006 ମସିହାରେ ବାଘା ସୀମାରେ ଶ୍ରୀ ପତ୍ରୀଙ୍କୁ ଗ୍ରହଣ କରିବାକୁ ସୂଚନା ଦେଇଥିଲେ। କିନ୍ତୁ ପାକିସ୍ତାନ ସରକାର ଙ୍କ ପକ୍ଷରୁ ଯୁଦ୍ଧ ବନ୍ଧିଭାବେ ଅନେକ ଭାରତୀୟ ସୈନିକ ଙ୍କୁ ମୁକ୍ତ କରିଥିଲେ ମଧ୍ୟ ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧ ବନ୍ଧି ଭାବେ ମୁକ୍ତ କରିବା ପାଇଁ ରାଜି ହୋଇନଥିଲେ। ପାକିସ୍ତାନ ସରକାରଙ୍କ ପ୍ରସ୍ତାବ ଅନୁଯାଇ ଶ୍ରୀ ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧ ବନ୍ଧି ନୁହଁ ବରଂ ଭାରତୀୟ ନାଗରିକ ବନ୍ଧି ଭାବେ ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ଚାହୁଁ ଥିଲେ ।ଏହାର କାରଣ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଜେନେଭା ଚୁକ୍ତି ଅନୁଯାଇ କୌଣସି ସୈନିକକୁ 12 ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ବନ୍ଧି ଭାବେ ରଖିବା ପାଇଁ ଅନୁମତି ନାହିଁ ।ତେଣୁ ଆନନ୍ଦ ପତ୍ରୀ ପାକିସ୍ଥାନ
ଜେଲରୁ ମୁକୁଳିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି କେଉଁଠି । 1965 ରୁ 2023 ପର୍ଯ୍ୟନ୍ତ ଦୀର୍ଘ 58 ବର୍ଷ ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରେ ଅକଥନୀୟ ଅତ୍ୟାଚାର ମାନସିକ ଯନ୍ତ୍ରଣା ଭିତରେ ସମୟ ଅତିବାହିତ କରୁଥାଇପାରନ୍ତି ବୋଲି ତାଙ୍କ ପୁଅ କୁହନ୍ତି, ଦେଖିବାକୁ ବାକିରହିଲା ରାଜ୍ୟ ସରକାର ଏହା ଉପରେ କଣ ପଦକ୍ଷେପ ନେଉଛନ୍ତ।