ନିମାପଡା ମଙ୍ଗଳା ହାଇଅର ସେକେଣ୍ଡାରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିମାପଡା ମଙ୍ଗଳା ହାଇଅର ସେକେଣ୍ଡାରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ।ନିମାପଡା (ନିବେଦିତା ତୀର୍ଥକ୍ଷେତ୍ର )ନିମାପଡା ମଙ୍ଗଳା ହାଇଅର ସେକେଣ୍ଡାରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ୱଛତା, ସ୍ୱାସ୍ଥ୍ୟ, ଶିକ୍ଷା,ନିଶାକୁ ନା,ଆତ୍ମନିର୍ଭରଶୀଳ, ଶୃଙ୍ଖଳା ସଚେତନତାର ବାର୍ତ୍ତାରେ ଶିକ୍ଷାନୁଷ୍ଠାନ ପକ୍ଷରୁ 15 ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଶିକ୍ଷାନୁଷ୍ଠାନ ମହା ଆଡ଼ମ୍ବରରେ ତାର ବାର୍ଷିକ ଉତ୍ସବ ପାଳନ କରିଛି। ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବା ସହିତ ସମାଜରେ ସଚେତନ ନାଗରିକ ଭାବେ ପରିଗଣିତ ହେବା ଲକ୍ଷ ନେଇ ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷା ଜାରୀ ରଖିଛି। ଏହାଛଡ଼ା ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଭାର ବିକାଶ ପାଇଁ ବିଭିନ୍ନ ସମୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥାଏ। ଏହି ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ବହୁ ଉଚ୍ଚ ପଦସ୍ତ ପଦ ପଦବୀରେ ରହି ଅନୁଷ୍ଠାନ ପାଇଁ ଗୌରବ ଆଣିଥିବା ସଭାପତି ଚିନ୍ତାମଣି ବରାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଶିକ୍ଷନୁଷ୍ଠାନର ଉତ୍ତରାତ୍ତର କାମନା କରିଛନ୍ତି।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶିକ୍ଷା ଅନୁଷ୍ଠାନର ସଭାପତି ଚିନ୍ତାମଣି ବରାଳଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଅରୁଣ କୁମାର ଦାସ, ବିଜୟ କୁମାର ସେଠି,, ସୂର୍ଯ୍ୟକାନ୍ତ ବରାଳ, ଚିନ୍ତାମଣି ବରାଳ, ସଚିଦାନନ୍ଦ ଛାଟୋଇ, ଦିବାକର ପଣ୍ଡା, ସୁଦର୍ଶନ ବରାଳ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ।