୫ମ କୋଣାର୍କ ଇକୋ ରିଟ୍ରିଟ ଉତ୍ସବ

କୋଣାର୍କ ନିକଟସ୍ଥ ରାମଚଣ୍ଡି ବେଳାଭୂମିରେ କୋଣାର୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ମ କୋଣାର୍କ ଇକୋ ରିଟ୍ରିଟ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ଭିଡ଼ିଓ ବାର୍ତା ମାଧ୍ୟମରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ ଘୋଷଣା କରିଥିଲେ।

ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର , କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା , କୋଣାର୍କ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ପ୍ରଜ୍ବଳନ ଓ ରିବନ୍ କାଟି ଶୁଭ ଉଦ୍ଘାଟନ କରିଥିଲେ। କୋଣାର୍କ ଇକୋ ରିଟ୍ରିଟ ଉତ୍ସବରେ ୭୦ଟି ବିଳାସପୂର୍ଣ୍ଣ ଶୀତ ତାପ ନିୟନ୍ତ୍ରିତ କଟେଜ ଗୃହ ନିର୍ମାଣ କରାଯାଇଛି। ୩୦ଟି ଡିଲକ୍ସ, ୨୦ଟି ପ୍ରିମିୟମ, ୧୨ଟି ରୟାଲ ଓ ୮ଟି ପ୍ରେସିଡେନ୍ସିଆଲ ବିଳାସପୂର୍ଣ୍ଣ ଟେଣ୍ଟ ଗୃହ ନିର୍ମାଣ କରାଯାଇଛି। ସମୁଦ୍ର ବେଳାଭୁମି, ନଦୀ ମୁହାଣ, ଜଳକ୍ରୀଡା, ଭ୍ରମଣ, ନୃତ୍ୟ ଗୀତ, ଯୋଗ ସହ ବିଭିନ୍ନ ପ୍ରକାର ମଉଜ ବ୍ୟବସ୍ତା କରାଯାଇଛି। ଉଦଘାଟନୀ ଦିବସରେ ୩୫ଜଣ ପର୍ଯ୍ୟଟକ ମୋଟ ୧୬ଟି ରୁମ୍ ବୁକ୍ କରି ମଜା ନେବା ପାଇଁ ଆସିଥିବା ପରିଚାଳନା ସଂସ୍ଥା ଏଫ୍ ଫ୍ୟାକ୍ଟର ପକ୍ଷରୁ ସୁଚନା ଦିଆଯାଇଛି। ଏହି ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୋଲିସ ଅଧିକାରୀ ମାନଙ୍କ ସହ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅତିରିକ୍ତ ଜିଲ୍ଲାପାଳ ଭାବ ତରଣ ସାହୁ, ଜିଲ୍ଲା ପର୍ଯଟନ ଅଧିକାରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *