୨୬-୦୯-୨୦୨୨ ହାଙ୍ଗର ଫାଷ୍ଟକୁ ସମର୍ଥନ କରି ବାଲୁଗାଁ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ତରଫରୁ ବାଲୁଗାଁ ଏଡିଏନ ଙ୍କ ଅଫିସ ଆଗରେ ଧାରଣା

ବାଲୁଗାଁ,୨୬/୦୯ :- ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଏଡିଏନ କାର୍ଯ୍ୟାଳୟ ସମ୍ମୁଖରେ ୨୬-୦୯-୨୦୨୨ ହାଙ୍ଗର ଫାଷ୍ଟକୁ ସମର୍ଥନ କରି ପାଞ୍ଚ ଦଫା ଦାବିରେ ବାଲୁଗାଁ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ପୂର୍ବରୁ ଲାଗୁହୋଇଥିବା କିଛି ନିୟମରେ ରେଳ ବିଭାଗ ପରିବର୍ତ୍ତନ ଆଣିବା ପରେ କାର୍ଯ୍ୟରତ ଗାର୍ଡ ମାନଙ୍କର ସମସ୍ୟା ବଢ଼ିଛି । ସେହିପରି ସେମାନଙ୍କ ସୁବିଧା ପାଇଁ ଲାଗୁ ହୋଇଥିବା ନିୟମକୁ ରେଳ ବିଭାଗ ଲାଗୁ କରୁନଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଘ ସଦସ୍ୟ । ତତସହିତ ଶ୍ରମିକ ମାନଙ୍କୁ ୨୦ କି.ମି. ପେଟ୍ରୋଲିଙ୍ଗ କରିବାକୁ କହୁଛନ୍ତି ଉପରୋକ୍ତ ଅଧିକାରୀମାନେ ଏବଂ ଉନିଫରମ ପୋଷାକ ମିଳୁ ନାହିଁ । ଏଭଳି ଅନେକ ସମସ୍ୟକୁ ନେଇ ଦାବି କରିଛନ୍ତି ଶ୍ରମିକ ସଙ୍ଘ । ପୂର୍ବ ଭଳି ନିୟମ ସହିତ ସେମାନେ ସାଙ୍ଗରେ ନେଉଥିବା ବକ୍ସ ପୁନଃ ନେବାକୁ ଦାବି ହୋଇଛି । ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଅଛି । ଏଥିନିମନ୍ତେ ଖୋର୍ଦ୍ଧା ରୋଡ଼, ବାଲୁଗାଁ ରେଳ ଷ୍ଟେସନ ରେଲୟେ ଶ୍ରମିକ ସଂଘ ଅଫିସ ଆଗରେ ଧାରଣା ଦେବା ସହିତ ରେଲୱେ ଶ୍ରମିକ ସଂଘ ତରଫରୁ ଜିଏମଙ୍କ ଉଦେଶ୍ୟରେ ଏଡି ଏନ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ- ବିରଞ୍ଚି ନାରାୟଣ ପ୍ରଧାନ, ଚିଲିକା ।