ମହିଳା ଙ୍କ ଠାରୁ ଝାମ୍ଫିନେଲେ 60 ହଜାର ଟଙ୍କା

ଦିନ ଦ୍ବିପହର ରେ ପଲସର ବାଇକ ରେ ଆସି ମହିଳା ଙ୍କ ଠାରୁ ଝାମ୍ଫିନେଲେ 60 ହଜାର ଟଙ୍କା , ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପାଇକସିଦା ଗ୍ରାମର ରୀତା ପାଳ ଆଜି ଜଳେଶ୍ବର ପୂରୁଣା କୋର୍ଟ ବଜାର ସ୍ଥିତ ପଞ୍ଜାବ ନ୍ଯାସନେଲ ବ୍ଯାଙ୍କ ରୁ ଆବାସ ଯୋଜନା ପାଂଇ ଆସିଥିବା ଟଙ୍କା ବ୍ଯାଙ୍କ ରୁ ଉଠାଇ ଚାଲି ଚାଲି ଆସୁଥିବା ବେଳେ ବ୍ଯାଙ୍କ ଠାରୁ କିଛି ଦୂରରେ ଦୁଇ ଜଣ ଯୁବକ କଳା ପଲସର ବାଇକ ରେ ପଛ ପଟୁ ଆସି ମହିଳାଙ୍କ ଠାରୁ ଟଙ୍କା ବ୍ଯାଗ ଛଡାଇ ନେଇ ଚମ୍ପଟ ମାରିଥିଲେ, ସେଥିରେ 60 ହଜାର ଟଙ୍କା , ବ୍ଯାଙ୍କ ପାସବୁକ , ଦୁଇଟି ଏଟିଏମ୍ ଏବଂ ବିଭିନ୍ନ ଜରୁରୀ କାଗଜପତ୍ର ଥିଲା, ମହିଳା ଜଣକ ଏନେଇ ଜଳେଶ୍ବର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
Bishnupada pati reporter