ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଆଜି ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଚେୟାରମ୍ୟାନ ଶ୍ରୀ ଅରୁଣ କୁମାର ପଣ୍ଡା ଓ ଅନ୍ୟ ସଦସ୍ୟମାନେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ରାଜ୍ୟ ଅର୍ଥନୀତି ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିଛନ୍ତି । ଶ୍ରୀ ସିଂହଦେଓ ନିଜର ପୂର୍ବ ଏବଂ

ବର୍ତ୍ତମାନର ଅଭିଜ୍ଞତାକୁ ଆଧାର କରି ତୃଣମୂଳସ୍ତରରୁ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଛନ୍ତି । ଏହି ଅବସରରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଚେୟାରମ୍ୟାନ ଶ୍ରୀ ଅରୁଣ କୁମାର ପଣ୍ଡାଙ୍କ ସମେତ କମିଶନ ର ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ, ଡ଼ ବିଭୁ ପ୍ରସାଦ ନାୟକ ଏବଂ ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ତାରାକାନ୍ତ ଭକ୍ତ ଉପସ୍ଥିତ ଥିଲେ ।