ଯୁକ୍ତ କଳାରେ ୭୧% ଓ ଧନ୍ଦା ମୂଳକ ପରିକ୍ଷାରେ ୭୮%ପାସ୍

ଲକ୍ଷ୍ମୀପୁର.୦୯।୦୬ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଯୁକ୍ତ-୨ କଳା ଓ ଧନ୍ଦାମୂଳକ ପରିକ୍ଷା ଫଳ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପାଇଛି।କୋରାପୁଟ ଜିଲ୍ଲାରେ ଯୁକ୍ତ-୨କଳାରେ ୭୨ ଓ ଧନ୍ଦାମୂଳକ ପରିକ୍ଷାରେ ୫୯ ପ୍ରତିଶତ ରିଜଲ୍ଟ୍ ହୋଇ ଥିବା ବେଳେ ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ଯୁକ୍ତ-୨ରେ ୭୧ ଓ ଧନ୍ଦାମୂଳକ ପରିକ୍ଷାରେ ୭୮ ପ୍ରତିଶତ ରିଜଲ୍ଟ୍ ହୋଇଛି।ଯୁକ୍ତ-୨ କଳାରେ କାମେସ ପ୍ରାସ୍କା-୪୬୭,ରଚନା ମାଣ୍ଡିଙ୍ଗା-୪୪୨,ନବୀନ ମାଝି -୪୧୮ ଓ ଧନ୍ଦାମୂଳକ ପରିକ୍ଷାରେ କୃଷ୍ଣ ହିମେରିକା ୪୦୮ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ଯୁକ୍ତ-୨ କଳାରେ ସମୁଦାୟ ୨୯୪ ଜଣ ପରିକ୍ଷାର୍ଥି ପରିକ୍ଷା ଦେଇ ଥିବା ବେଳେ ୨୦୯ ଜଣ ପାସ୍ ହୋଇଛନ୍ତି।ସେଥିରେ ୧୧ ଜଣ ଫାଷ୍ଟ୍ ଡିଭିଜନ୍,୧୮ ଜଣ ସେକେଣ୍ଡଡିଭିଜନ୍ ଓ ୧୮୦ ଜଣ ଥାଡ୍ ଡିଭିଜନରେ ପାସ ହୋଇ ଥିବା ଵେଳେ ୮୫ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଛନ୍ତି।ସେହି ପରି ଧନ୍ଦା ମୂଳକ ପରିକ୍ଷାରେ ୨୩ ଜଣ ପରିକ୍ଷା ଦେଇ ଥିବାବେଳେ ମାତ୍ର ୧୮ ଜଣ ପାସ ହୋଇଛନ୍ତି।ସେଥିରେ ଫାଷ୍ଟ୍ ଡିଭିଜନ୍ ୩ ,ସେକେଣ୍ଡ୍ ଡିଭିଜନ୍ ୧୨ ,ଥାଡ୍ ଡିଭିଜନ୍ ଜଣେ ଓ କମ୍ପୁଟର୍ ଟେକନିକ୍ ରେ ଦୁଇଜଣ ପାସ ହୋଇଥିବା ବେଳେ ୫ ଜଣ ଫେଲ୍ ହୋଇଥିବା ମହା ବିଦ୍ୟାଳୟ ଠାରୁ ସୁଚନା ମିଳିଛି।