ଖୋଳଖାଳି ଗ୍ରାମର ବାଙ୍କେଶ୍ବରୀ ବିଦ୍ୟାପୀଠରେ ୭୩ତମ ବନ ମହୋତ୍ସବ,ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଖୋଳଖାଳି ବାଙ୍କେଶ୍ବରୀ ବିଦ୍ୟାପୀଠ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିସହିତ ବିଦ୍ୟାପୀଠର ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ସର୍ବପ୍ରଥମେ ଛାତ୍ରଛାତ୍ରୀମାନଙ୍କ ସହ ଅତିଥିମାନେ ଗ୍ରାମ ପରିକ୍ରମା କରି ଗଛ ଲଗାଇବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ। ତା’ପରେ ମହୋତ୍ସବର ଆୟୋଜନ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ମୁଖ୍ୟବକ୍ତାଭାବେ ଭଞ୍ଜନଗରର ସମାଜସେବୀ ଶୁଳପାଣି ଶତପଥୀ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା,ସରପଞ୍ଚ ପ୍ରତିନିଧି ଉମାକାନ୍ତ ପାତ୍ର,ସମିତି ସଭ୍ୟା ପ୍ରତିନିଧି କାର୍ତ୍ତିକ ସାହାଣୀ,ସାହିତ୍ୟିକ,ସାମ୍ବାଦିକ ଓ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା,ପୂର୍ବତନ ଜିଲ୍ଲା ପରିଷଦ ଖଦାଳ ଖଟେଇ,ଶିକ୍ଷାନୁଷ୍ଠାନ କମିଟି ସଭାପତି ଶିବାଜୀ ସାମଲ ଓ ଶିକ୍ଷାବିତ୍ ପଦ୍ମଲୋଚନ ସାମଲ ପ୍ରମୁଖ ଅଂଶଗ୍ରହଣ କରି ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ବହୁ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ। ମେଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ୧୫ଜଣ ଏବଂ ପୂର୍ବରୁ ହୋଇଥିବା ବକୃତା ଓ କଣ୍ଠସଙ୍ଗୀତରେ ୫ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥିମଧ୍ୟରୁ ଜଣେ ଗରିବ ମେଧାବୀ ଛାତ୍ରୀଙ୍କୁ ଯୁକ୍ତ ଦୁଇ ପଢିବା ପାଇଁ ସମିତି ସଭ୍ୟା ପ୍ରତିନିଧି କାର୍ତ୍ତିକ ସାହାଣୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ମିଳିତ ଭାବେ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ସହ ଭଲ ପାଠ ପଢାପଢି କରି ଏହି ଶିକ୍ଷାନୁଷ୍ଠାନକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଉତ୍ସାହିତ କରାଇଥିଲେ। ଶେଷରେ ସମସ୍ତ ଅତିଥିଙ୍କ ଗହଣରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଚନ୍ଦ୍ରଶେଖର ସାହୁ,ବିବେକାନନ୍ଦ ପଟ୍ଟନାୟକ, ଲଳିତ ମୋହନ ଶତପଥି,ସୁଶାନ୍ତ କୁମାର ପାତ୍ର,ସନ୍ତୋଷ କୁମାର ପଣ୍ଡା,ସୁଦର୍ଶନ ଖଟୁଆ ଏବଂ ରମେଶ ଚନ୍ଦ୍ର ପ୍ରଧାନ ସୁପରିଚାଳନା କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା, ତୀର୍ଥକ୍ଷେତ୍ର

