ଆର୍ତ୍ତତ୍ରାଣ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ।

ଆର୍ତ୍ତତ୍ରାଣ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ।
ଆଙ୍କର – ଜୁନ ପହିଲାରୁ ସପ୍ତାହ ବ୍ୟାପୀ ସାରା ରାଜ୍ୟରେ ଆରମ୍ଭ ହୋଇଛି ବନ ମହୋତ୍ସବ ସପ୍ତାହ। ଏହି ଅବସରରେ କୋଣାର୍କ ଆର୍ତ୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାଳୟରେ ସ୍କୁଲ ସବୁଜ କ୍ଲବ ଓ କୋଣାର୍କ ବନ ବିଭାଗ ମିଳିତ ସହଯୋଗରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଚମ୍ପହର ଅଗ୍ନିଶମ ଅଧିକାରି, ବନଖଣ୍ଡ ଫରେଷ୍ଟର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସହ ସ୍ଥାନୀୟ ସରପଞ୍ଚ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇଥିଲେ। ଗଛଟିଏ ଜିବନ ଟିଏ ବାର୍ତ୍ତା ନେଇ ପ୍ରତି ବ୍ୟକ୍ତି ଗୋଟେ ଗଛ ଲଗାଇ ପରିବାର ସଦସ୍ୟ ପରି ତାର ସେବା କରି ବଢ଼ାଇବାକୁ ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ। ମହୋତ୍ସବରେ ଔଷଧୀୟ ଗଛ ନିମ୍ବ, ବେଲ ଆଦି ଔଷଧୀୟ ବୃକ୍ଷ ରୋପଣ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରୟାସ କରଯାଇଛି। ଆସନ୍ତା ୭ଦିନ ଧରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବା ନେଇ ବିଦ୍ୟାଳୟର ସବୁଜ କ୍ଲବ ସଂଯୋଜକ ସୂଚନା ଦେଇଛନ୍ତି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ