ଛଅଜଣ ଉଚ୍ଚଶିକ୍ଷିତ ଦୃଷ୍ଟିବାଧିତଙ୍କୁ ସ୍ୱତନ୍ତ୍ର ଲ୍ୟାପଟପ୍ ଓ ୭୫ ଜଣ ଟ୍ରାଂନସ ଜେଣ୍ଡରଙ୍କୁ ଟି.ଜି ପରିଚୟପତ୍ର ପ୍ରଦାନ

ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ୬ ଜଣ ଉଚ୍ଚଶିକ୍ଷା ନେଉ ଥିବା ଦୃଷ୍ଟିବାଧିତଙ୍କୁ ସ୍ୱତନ୍ତ୍ର ଲ୍ୟାପଟପ୍ ପ୍ରଦାନ କରାଯାଇଛି। ବିଭିନ୍ନ କଲେଜ ଓ ଇଉନିଭରସିଟିରେ ଉଚ୍ଚଶିକ୍ଷା ନେଇଥିବା ପୁରୀର ଛଅ ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ବିଶେଷ ଭାବରେ ପ୍ରସ୍ତୁତ ଲ୍ୟାପଟପ୍ ପ୍ରଦାନ କରାଯାଇଛି। ଗୁରୁବାର ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ପ୍ରଦୀପ କୁମାର ସାହୁ ଛାତ୍ର ଛାତ୍ରୀଙ୍କୁ ଲ୍ୟାପଟପ୍ ପ୍ରଦାନ କରି ସେମାନଙ୍କ ଉଚ୍ଚଭବିଷ୍ୟ କାମନା କରିଥିଲେ। ରାଜ୍ୟସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଦୃଷ୍ଟିବାଧିତ୍ ମାନଙ୍କୁ ମିଳୁଥିବା ଏହି ଲ୍ୟାପଟପ୍ ପାଇବା ପାଇଁ ଯଦି କୌଣସି ଦୃଷ୍ଟିବାଧିତ ଚାହାନ୍ତି ତେବେ ସେମାନେ sscpd.gov.in website ରେ ଆପ୍ଲାଏ କରିପାରିବେ କିମ୍ବା ସିଧା ସଳଖ ଜିଲ୍ଲା ସାମାଜିକ ସୁରକ୍ଷା ଅଫିସ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ମହାରଣା ସୂଚନା ଦେଇଥିଲେ।

ସେହିପରି ପୁରୀ ଜିଲ୍ଲାରେ ଥିବା ଟ୍ରାନସଜେଣ୍ଡର ମାନଙ୍କୁ ସାମାଜିକ ମୂଳ ସ୍ରୋତକୁ ଫେରାଇଆଣିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ଅନୁବନ୍ଧିତ ହେଇଥିବା “ସାଥି” ଅନୁଷ୍ଠାନ ପ୍ରୟାସରେ ୭୫ଜଣ ଟ୍ରାଂନସ ଜେଣ୍ଡରଙ୍କୁ ଟି. ଜି କାର୍ଡ (ଟ୍ରାନସ୍ ଯେଣ୍ଡର କାର୍ଡ)କାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରୋଜେକ୍ଟ ମ୍ୟାନଜମେଣ୍ଟ ୟୁନିଟ୍ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ପରିଚାଳନା କରିଥିବା ବେଳେ ସାଥୀ ଅନୁଷ୍ଠାନର ରୋଜାଲିନ ସାହୁ, ରଶ୍ମିତା ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ଶ୍ରୀଧର ବେହେରା ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *