ବିଭିନ୍ନ ସ୍ଥାନରେ 77ତମ ସ୍ୱାଧୀନତା ଦିବସ

ବିଭିନ୍ନ ସ୍ଥାନରେ 77ତମ ସ୍ୱାଧୀନତା ଦିବସ ପାଳିତଡେଲାଙ୍ଗ, ଭାରତ ମାତା କି ଜୟ, ବନ୍ଦେ ମା ତରମ ରେ ପ୍ରକମ୍ପିତ ହେଲା ଡେଲାଙ୍ଗ ବ୍ଲକ , ଫରଫର ଉଡିଲା ତ୍ରିରଙ୍ଗା । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସରକାରୀ ବେସରକାରୀ ଅନୁଷ୍ଠାନ ରେ ସ୍ବାଧୀନତା ଦିବସ ପାଳନ କରାଯାଇ ଥିଲା। ଏହି ଅବସରରେ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁଙ୍କ ଦ୍ୱାରା ଜାତୀୟ ପତକା ଉତ୍ତୋଳନ କରିଥିଲେ !ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାବଣ୍ୟେନ୍ଦୁ ମହାନ୍ତି, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ମୁଖ୍ୟ କିରାଣୀ ଆଶିଷ କୁମାର ପାତ୍ର, ବିପିସି ଅନଙ୍ଗ ତାଡ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ,ସୁଦୀପ୍ତ କୁମାର ନାୟକ, ସମିତି ସଭ୍ୟ ଲଲାଟ ସାମନ୍ତରାୟ ପ୍ରମୁଖ ଦେଶ ମାତୃକାର ସେବାରେ ବ୍ରତୀ ହେବା ପାଉଁ ଏବଂ ମନ ମଧ୍ୟରେ ଦେଶ ପ୍ରେମ ଭାବନାକୁ ଜାଗ୍ରତ କରିବା ପାଇଁ ଉଦବୋଧନ ଦେଇଥିଲେ ! ସମସ୍ତ ବ୍ଲକ ଷ୍ଟାଫ, ମିଶନ ଶକ୍ତି ମହାସଂଘ ର ସଦସ୍ୟା ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ !ସେହିପରି ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ରେ 77ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି ! ଏଠାରେ ତହସିଲଦାର ସୁଶ୍ରୀ ନିବେଦିତା ପରିଡା ଜାତୀୟ ପତକା ଉତ୍ତୋଳନ କରିଥିଲେ! ଡେଲାଙ୍ଗ ଥାନା କାର୍ଯ୍ୟାଳୟ ପରିସରରେ ଆଇଆଇସି ଦେବାଶିଷ ମହାନ୍ତି ଜାତୀୟ ପତକା ଉତ୍ତୋଳନ କରିଥିଲେ, ଡେଲାଙ୍ଗ ହାଟ ଫାଣ୍ଡି କାର୍ଯ୍ୟାଳୟ ରେ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ଜାତୀୟ ପତକା ଉତ୍ତୋଳନ କରିଥିଲେ ! ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଧିକାରୀ ଡକ୍ଟର ସନ୍ତୋଷ ତ୍ରିପାଠୀ ଜାତୀୟ ପତକା ଉତ୍ତୋଳନ କରିଥିଲେ ! ସେହିପରି ବିଭିନ୍ନ ଗ୍ରାମ ପଂଚାୟତ, ରାଜନୈତିକ ଦଳ,ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ଶିକ୍ଷାନୁଷ୍ଠାନ, ବଜାର କମିଟି,କ୍ଳବ, ମହିଳା ସମିତି, କାର୍ଯ୍ୟାଳୟ ପରିସରରେ ଉତ୍ସାହ ଉଦିପନାର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ! ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଆବାହକ ରାଧାମୋହନ ଓ ଉପଦେଷ୍ଟା ଜନ୍ମଜୟ ଜେନା ଜାତୀୟ ପତକା ଉତ୍ତୋଳନ କରିବା ସହ ବିଶାଳ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ର କରିଥିଲେ ! ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ନେତୃତ୍ୱରେ ବିଜେପିର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା !ସର୍ବତ୍ର କମ୍ପିଲା ଭାରତ ମାତା କି ଜୟ, ବନ୍ଦେ ମା ତରମ ! ଫରଫର ଉଡିଲା ତ୍ରିରଙ୍ଗା

Leave a Reply

Your email address will not be published. Required fields are marked *