ସପ୍ତମ ଇଣ୍ଡିଆନ ଗ୍ଲୋରୀ ଫେଷ୍ଟିଭାଲ ଓ ସମ୍ମାନ ସମାରୋହ

ଓଡିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ଭାରତ ର ସହିଦ ବୀର ଙ୍କ ସ୍ମୃତି ଚାରଣ, ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସମାରୋହ ପୁରୀ ସାଂକୃତିକ ଭବନ ଠାରେ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୁରୀ ଜ଼ିଲ୍ଲା (DIPRO) ଡି ଆଇ ପି ଆର ଓ – ସନ୍ତୋଷ ସେଠି, ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଅନୁଷ୍ଠାନ ର ଏହି କାର୍ଯ୍ୟ କୁ ପ୍ରଶଂସା କରିଥିଲେ | ସନମାନିତ ଅତିଥି ଭାବରେ , ସମାଜସେବୀ ଶଙ୍କର ପରିଡା, ସସଧର ପଣ୍ଡା, କମଳ ଅଗ୍ରୱାଲ, ସିଙ୍ଗର ଶକ୍ତି ମିଶ୍ର, ଡ଼ଃ ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କୃତ ମିନତୀ ମହାପାତ୍ର, ବ୍ୟଙ୍ଗ କବି ସମ୍ପଦ ରଥ, କାର୍ତିକ ଚନ୍ଦ୍ର ରାଉତ ନିଜ ଅଭିଭାଷଣ ରେ ସମାଜ ରେ କିପରି ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଅଛି ଏବଂ ତାର ବିକାଶ ହୋଇ ପାରିବ ତା ଉପରେ ଆଲୋଚନା କରିବା ସହ 7th ଇଣ୍ଡିଆନ ଗ୍ଲୋରୀ ଫେଷ୍ଟିଭାଲ & ଲେଜେଣ୍ଡ ଅଫ ଇଣ୍ଡିଆ ଙ୍କ ସ୍ମୃତି ଚାରଣ କରିଥିଲେ | ଅନୁଷ୍ଠାନ ର ଅଧକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିବା ସହ କାର୍ଯ୍ୟକ୍ରମ ର ମୂଳ ଉଦ୍ୟେଶ ଉପସ୍ଥାପନା କରିଥିଲେ | ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା |

ଏହି କାର୍ଯ୍ୟକ୍ରମ ରେ ଭାରତ ବର୍ଷ କୋଣ ଅନୁକୋଣ ରେ ସମାଜରେ ନିଜ ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ବ୍ୟକ୍ତିଗଣ ଅନିତା ଅଗ୍ରୱାଲ, ଅଭିନେତା ରବି ମିଶ୍ର, ଆଦି ମାତା କଳ୍ପନା, ଜୟଶ୍ରୀ ମୁଦ୍ରା, ସନ୍ତୋଷ ମହାପାତ୍ର,ପ୍ରଦୀପ ଚୌଧୁରୀ, ଲଳିତେନ୍ଦୁ ପଳାଉରୀ,ମନୋଷି ଘୋଷ, ପାର୍ଥ ସାରଥୀ ରାଉତ, ସତ୍ୟ ମହାରଣା,ୟୋଗେଶ୍ଵର ସୁନା, ଅନୁଜା ବିଶ୍ୱାଳ,ଅସୀମା ମିଶ୍ର, ବାଦଲ ପଟେଲ, ବିଭିନ୍ନ ବିଶେଷ ବ୍ୟକ୍ତି ଙ୍କୁ ସନମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ତ୍ରିନାଥ ଦାସ , ରାଜେଶ,ପୂଜା ପଣ୍ଡା ଆଉ ମାମୁନି ପରିଚାଳନା ରେ ସାହାଯ୍ୟ କରିଥିଲେ | Cuttack ବିଡାନାସୀ ରାମଲୀଳା କମିଟୀ ତରଫରୁ ମାଷ୍ଟ୍ର Raj ରାଜେନ୍ଦ୍ର ପଣ୍ଡା ଆଣ୍ଡ ସଗାଷଧଧର ପଣ୍ଡା ଙ୍କୁ ସଂମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ର ସଦସ୍ୟ ଶିବାନନ୍ଦ ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଶେଷରେ ଅନୁଷ୍ଠାନ ର ଟ୍ରଷ୍ଟି , ରଶ୍ମିତା ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *